ନର୍ଲା ଜୋନ୍-୩ ବିଜେଡି ପ୍ରାର୍ଥୀନୀ ଲିଲି ଦୀପଙ୍କ ପ୍ରତି ବଢୁଛି ଜନସମର୍ଥନ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ତିନିଗୋଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ନର୍ଲା ସଦର ମହକୁମା ଜିଲ୍ଲା ପରିଷଦ ଜୋନ୍- ୩ ଅନ୍ତର୍ଗତ ରହିଥିବା ବେଳେ ଏଥିରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀନୀ ରହିଛନ୍ତି । ନର୍ଲା ଜୋନ- ୩ ଅନୁସୂଚୀତ ଜାତି ମହିଳା ପ୍ରାର୍ଥୀନୀଙ୍କ ପାଇଁ ସଂରକ୍ଷଣ ରହିଥିବା ବେଳେ ବିଜେଡି ତରଫରୁ ବର୍ତ୍ତମାନର ବାଗପୁର ସରପଞ୍ଚ ଲିଲି ଦୀପ, ବିଜେପି ତରଫରୁ ପ୍ରଣତି ମହାନନ୍ଦ ଓ କଂଗ୍ରେସର ଦଳୀୟ ପ୍ରାର୍ଥୀନୀ ରହିଛନ୍ତି ସୁନୀତା ନାଏକ । ନର୍ଲା ଜୋନ୍-୩ ରେ ବିଜେଡି ଓ ବିଜେପି ପ୍ରାର୍ଥୀନୀଙ୍କ ମଧ୍ୟରେ ଦ୍ୱି-ମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ଦେଖିବାକୁ ମିଳୁଛି । ହେଲେ ରାଜ୍ୟ ସରକାରଙ୍କର ବିକାଶର ଧାରା, ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ କାର୍ଯ୍ୟଦକ୍ଷତା ଓ ବଳିଷ୍ଠ ନେତୃତ୍ୱ ଯୋଗୁଁ ବିଜେଡି ପ୍ରାର୍ଥୀନୀ ଲିଲି ଦୀପଙ୍କ ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢିବାରେ ଲାଗିଛି ।

Omkar Vasthu
Omkar Vasthu
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଉପରେ ଜନତା ବିଶେଷ ଆସ୍ଥା ପ୍ରକଟ କରିଥିବା ଯୋଗୁଁ ଦଳୀୟ ପ୍ରାର୍ଥୀନୀ ଶ୍ରୀମତୀ ଦୀପଙ୍କୁ ଏଇଠି ବିଶେଷ ପ୍ରଚାର ପ୍ରସାର କରିବାକୁ ପଡୁନି । ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀନୀଙ୍କୁ ଗାଁ ଗାଁ ର ମହିଳା ଭୋଟର୍ସ ପାଛୋଟି ନେଇ ବନ୍ଦାପନା କରି ଆଶିର୍ବାଦ ଦେଉଥିବା ଦେଖାଯାଇଛି । ତେଣୁ ଲିଲି ଦୀପଙ୍କ ପ୍ରତି ଜନସମର୍ଥନ ବଢୁଥିବା ଦୃଶ୍ୟମାନ ହେଉଛି । ଓଡିଶାର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ଜନ୍ମରୁ ମଶାଣି ଯାଏଁ, ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଯୋଜନା, ଗରୀବଙ୍କ ଟଙ୍କାକିଆ ଚାଉଳ, କୃଷି ଓ କୃଷକଙ୍କ ଉନ୍ନତି, ନିର୍ମାଣ ଶ୍ରମିକ ଯୋଜନା, ଆବାସ ହିତାଧିକାରୀଙ୍କୁ ମରାମତି ସହାୟତା ସବୁ ବିଜେଡି ପ୍ରାର୍ଥୀଙ୍କୁ ଭୋଟର୍ସଙ୍କ ଆହୁରି ନିକଟତର କରୁଥିବା ଦେଖିବାକୁ ମିଳୁଛି । ଅନ୍ୟ ଦଳୀୟ ପ୍ରାର୍ଥୀନୀଙ୍କ ଅପେକ୍ଷା ବିଜେଡି ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନରରେ ଗାଁ କାନ୍ଥ ସବୁ ଛାଇ ଯାଇଥିବା ଦୃଶ୍ୟମାନ ହେଉଛି । ଏସବୁକୁ ଦେଖିଲେ ସ୍ପଷ୍ଟ ଅନୁମେୟ ଯେ ବିଜେଡି ପ୍ରାର୍ଥୀନୀଙ୍କ ପ୍ରତି ଜନସମର୍ଥନ କିଭଳି ରହିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.