ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଏନ୍ଏସି ପକ୍ଷରୁ ରାଜ୍ୟ ସରକାରଙ୍କ ଗାରିମା ସ୍କିମ୍ ଉପରେ ସ୍ବଚ୍ଛ ସାଥୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ତତ୍ବାବଧାନରେ ଟିଏସୟୁ ଗାରିମାରୁ ରାମଚନ୍ଦ୍ର ସାମଲ ତାଲିମଦାତା ଭାବେ ଯୋଗଦାନ କରି ସ୍ବଚ୍ଛ ସାଥୀ, ସ୍ବଚ୍ଛ ସାଥୀ ସୁପରଭାଇଜର, ପରିମଳ ନିରୀକ୍ଷକ, ସୁପରଭାଇଜର ପ୍ରମୁଖଙ୍କୁ ଗାରିମା ସ୍କିମ୍ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ସ୍ବଚ୍ଛ ସାଥୀ ମାନେ ଏକ ସ୍ବତନ୍ତ୍ର ଆପ ଜରିଆରେ ମୁଖ୍ୟ ପରିମଳ କର୍ମଚାରୀ ମାନଙ୍କ ଗଣନା କିପରି କରିପାରିବେ ଏବଂ ଡ୍ରେନ, ସେଫ୍ଟି ଟେଙ୍କ ଓ ବର୍ଜ୍ୟଜଳ ପରିଚାଳନା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।