କେସିଙ୍ଗା ଏନ୍ଏସି: ଦ୍ବିତୀୟ ଦିନରେ ୩ ଫର୍ମ ବିକ୍ରି, ଦାଖଲ ଶୂନ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଏନ୍ଏସିି ନିର୍ବାଚନକୁ ନେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ରାଜନୀତି ସରଗରମ ହୋଇ ଉଠିଛି। କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ଏଥର ପ୍ରତ୍ୟକ୍ଷ ଭାବେ ନିର୍ବାଚନ ହେବାକୁ ଥିବା ବେଳେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ । ତେବେ ଶାସକ ବିଜେଡି ଦଳ ପକ୍ଷରୁ ଅଧ୍ୟକ୍ଷ ପଦରେ ଲଢିବା ପାଇଁ ଟିକେଟ ରେସ୍ ରେ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ବିଜେପି ଓ କଂଗ୍ରେସରୁ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଥିବା ଜଣାପଡିଛି । ଗତ ମାର୍ଚ୍ଚ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ୩ ତାରିଖ ଦ୍ୱିତୀୟ ଦିନ ସୁଦ୍ଧା ଗୋଟିଏ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ । ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ଅଧ୍ୟକ୍ଷ ପଦ ନିମନ୍ତେ ଆଜି ଦ୍ୱିତୀୟ ଦିନରେ ୨ ଜଣ ଓ କାଉନସିଲର ପଦବୀ ପାଇଁ ଜଣେ ପ୍ରାର୍ଥୀ ପତ୍ର କିଣି ଥିବା ନେଇଥିବା ବେଳେ ଦାଖଲ ଶୁନ୍ ରହିଛି ବୋଲି ନିର୍ବାଚନ ଅଧିକାରୀ ତଥା ତହସିଲଦାର ଜ୍ୟୋତିର୍ମୟ କରଙ୍କ ଠାରୁ ପ୍ରକାଶ । ପ୍ରଥମ ଦିନରେ ଅଧ୍ୟକ୍ଷ ପଦକୁ ନେଇ ୩ ଗୋଟି ପ୍ରାର୍ଥୀ ପତ୍ର ବିକ୍ରି ହୋଇଥିଲା । ଦୁଇ ଦିନ ମଧ୍ୟରେ ବିକ୍ରି ହୋଇଥିବା ଅଧ୍ୟକ୍ଷ ପଦ ପାଇଁ ୫ ଗୋଟି ନାମାଙ୍କନ ପତ୍ର ମଧ୍ୟରେ ଗୋଟିଏ ନାମାଙ୍କନ ପତ୍ର କବି ତଥା ଲେଖକ ଦେବେନ୍ଦ୍ର ଲାଲ୍ ନାଏକ କିଣିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.