ମୋଟେର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ହେଲେ ଉଆଁସୀ ପାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଅନ୍ତର୍ଗତ ମୋଟେର ପଞ୍ଚାୟତର ନୂତନ ସମିତି ସଭ୍ୟ ଭାବେ ଶ୍ରୀମତୀ ଉଆଁସୀ ପାନ ନିର୍ବାଚିତ ହୋଇଛନ୍ତି । ଅନୁସୂଚିତ ଜାତି ମହିଳା ବର୍ଗଙ୍କ ପାଇଁ ରହିଥିଲା ଏଥର ମୋଟେର ସମିତି ସଭ୍ୟ ପଦ । ଚଳିତ ନିର୍ବାଚନରେ ଏହି ପଞ୍ଚାୟତରେ ପାଞ୍ଚ ଜଣ ପ୍ରାର୍ଥୀନୀ ସମିତି ସଭ୍ୟ ଲଢେଇରେ ଅବତୀର୍ଣ୍ଣ ହୋଇଥିଲେ । ତେବେ ସମସ୍ତ ପ୍ରକାରର କଳ୍ପନାଜଳ୍ପନାର ଅବସାନ ଘଟାଇ ଉଆଁସୀ ପାନ ମୋଟେର ଗ୍ରାମପଞ୍ଚାୟତର ନୂତନ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଜ ସମର୍ଥକ ଓ ଭୋଟର୍ସ ମାନଙ୍କୁ ବିଜୟ ପାଇଁ କୃତଜ୍ଞତା ଜଣାଇବା ସହିତ ସହଯୋଗ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.