ଅଜ୍ଞାତବାସରେ ୧୫ ସମିତି ସଦସ୍ୟ, ଫଟୋ ହେଲା ଭାଇରାଲ

ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଚାଲିଛି କସରତ

ବିଜେଡି ଓ କଂଗ୍ରେସ ମଧ୍ୟରେ ହେବ ଲଢେଇ, କିଏ ମାରିବ ଜିତାପଟ ?

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରୟାସ ଜୋରଦାର ଆରମ୍ଭ ହୋଇଛି । ବିଜେଡି ପକ୍ଷରୁ ଶ୍ରାନିକେତା ସମିତିସଭ୍ୟ ତଥା ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ସାନଭାଇ ସୁଶାନ୍ତ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଉଥିବା ଜଣାପଡିଛି । ମୋଟ ୨୫ ପଞ୍ଚାୟତ ମଧ୍ୟରୁ ୧୩ ସମିତି ସଦସ୍ୟ ଯାହାକୁ ଭୋଟ ଦେବେ ସେ ବ୍ଳକ ଅଧ୍ୟକ୍ଷ ନିର୍ବାଚିତ ହେବେ । ଏଥି ପାଇଁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଲଢେଇ ହେବାକୁ ରହିଥିବା ବେଳେ କଂଗ୍ରେସର ଗଦାପୁର ସମିତିସଭ୍ୟା ରୁଦା ମଲ୍ଲିକ କିମ୍ବା ସିିର୍କାବର୍ଗ ସମତିସଭ୍ୟ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏ କ୍ଷେତ୍ରରେ ବିଜେଡି ଆଗରେ ରହିଥିବା ଜଣାପଡିଛି । ତେବେ ଫଳାଫଳ ଘୋଷଣା ପରେ କିଏ ଜିତାପଟ ମାରୁଛି ତାହା ସ୍ପଷ୍ଟ ହୋଇଯିବ । ଅନ୍ୟପକ୍ଷରେ ବିଜେଡି ସମର୍ଥିତ ୧୫ ସଦସ୍ୟ ନିଜ ପଞ୍ଚାୟତ ଛାଡି ଏବେ ବିଜେଡି ଶିବିରରେ ରହିବା ସହ ଏକ ଫୋଟୋ ବର୍ତ୍ତମାନ ଭାଇରାଲ ହୋଇଥିବା ବିଷୟ ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.