ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ଭଗବତୀ ନାଏକ ବିପୁଳ ସଂଖ୍ୟାରେ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ନାଏକ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଚଞ୍ଚଳା ବାଗଙ୍କୁ ୪୦୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ଶ୍ରୀମତୀ ଭଗବତୀ ନାଏକ ୧୧୪୦ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀମତୀ ଚଞ୍ଚଳା ବାଗ ୭୩୮ଖଣ୍ଡ ଭୋଟ ପାଇ ଥିବା ସୁଚନା ମିଳିଛି । ଶ୍ରୀମତୀ ନାଏକ ନିଜ ବିଜୟର ଶ୍ରେୟ ପଞ୍ଚାୟତବାସୀଙ୍କୁ ଦେବାସହ ଅଳାଭଟ୍ଟାକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।