ବିଜେଡିର ନୃପ ଯାଦବ, ବିଜେପିର ସଚିନ୍, କଂଗ୍ରେସର ରାମକୁମାର, ଆପ୍ ର ରାଧେଶ୍ୟାମ ଓ ସ୍ବାଧିନରୁ ମୋତି କୈବର୍ତ୍ତ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଏନ୍ଏସି ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଉଠିଛି । ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ରହିଥିବା ବେଳେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ୫ ଜଣ ଆଶାୟୀ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୧୨ ଗୋଟି ଓ୍ବାର୍ଡ ପାଇଁ ୪୦ ଜଣ ଆଶାୟୀ ପ୍ରାର୍ଥୀ କାଉନସିଲର ପଦବୀ ନିମନ୍ତେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ନିର୍ବାଚନ ଅଧିକାରୀ ତଥା ତହସିଲଦାର ଜ୍ୟୋତିର୍ମୟ କରଙ୍କ ଠାରୁ ପ୍ରକାଶ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖବର ସଂଗ୍ରହ ରୁ ପ୍ରକାଶ ଯେ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ପୂର୍ବତନ କାଉନସିଲର ନୃପରାଜ ଯାଦବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜୁ ଜନତା ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା ହେବାପରେ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି । କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ କେସିଙ୍ଗା ସମେତ କଳାହାଣ୍ଡିରେ କମାଲ୍ କରିଥିବାରୁ ପୌର ନିର୍ବାଚନରେ ମଧ୍ୟ ସଫଳ ହେବାକୁ ଆଶାବାଦୀ ରହିଛି । ବହୁ ବିଚାର ବିମର୍ଷ ପରେ ନୃପରାଜ ଯାଦବଙ୍କୁ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ବିଜେଡି ପ୍ରାର୍ଥୀ କରିଛି । ବିଜେଡି ଦଳ ଯୋଗ୍ୟ ମନେକରି କେସିଙ୍ଗା ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ କରିଥିବାରୁ ନୃପରାଜ ଯାଦବ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ କୃତଜ୍ଞ ବୋଲି କହିବା ସହ କେସିଙ୍ଗା ଏନଏସି ବାସୀଙ୍କର ମୈ।ଳିକ ସୁବିଧା ପାଣି, ରାସ୍ତାଘାଟ ଉପରେ ଗୁରୁତ୍ବ ଦିଆଯିବ ଓ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ବିକାଶଧାରାକୁ ଆଗେଇ ନେବେ ବୋଲି ବିଜେଡିର କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପ୍ରାର୍ଥୀ ନୃପରାଜ ଯାଦବ ନିଜ ଆଭିମୁଖ୍ୟରେ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଅପରପକ୍ଷରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ସଚିନ ଜୈନ ନାମାଙ୍କନ ପତ୍ର ଦାଖଲ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସମସ୍ତ ସ୍କିମ କେସିଙ୍ଗାରେ କିପରି କାର୍ଯ୍ୟକାରୀ ହୋଇପାରିବ ସେ ଉପର ଦୃଷ୍ଟି ଦେଇ କେସିଙ୍ଗାର ବେକାରୀ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଥିବା ବେଳେ ନିର୍ବାଚନ ସରିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେସିଙ୍ଗା ଆଣିବା ପାଇଁ ଚେଷ୍ଟା କରିବି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ଦଳ ରାମକୁମାର ଜୈନଙ୍କୁ ପ୍ରାର୍ଥୀ ଘୋଷଣା କରି କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ର ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ରାମକୁମାର ଜୈନ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ଶ୍ରୀ ଜୈନ ନିଜ ଆଭିମୁଖ୍ୟରେ ପ୍ରକାଶ କରିଛନ୍ତି ଯେ, କେସିଙ୍ଗାର ବିକାଶ ପ୍ରସଙ୍ଗକୁ ନେଇ ଭୋଟର ପାଖକୁ ଯାଇ ଭୋଟ ଭିକ୍ଷା ମଗାଯିବ ବୋଲି କହିବା ସହ କେସିଙ୍ଗାକୁ ସ୍ବଚ୍ଛ ଓ ସୁନ୍ଦର ସହର ଭାବରେ ଗଢି ତୋଳିବା ପାଇଁ ସ୍ବପ୍ନ ରହିଛି ଏବଂ ରହିଥିବା ଅଧୁରା କାମକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି। ତେବେ ଅନ୍ୟ ଦୁଇ ଅଧ୍ୟକ୍ଷ ଆଶାୟୀ ପ୍ରାର୍ଥୀ ଆପ୍ ଦଳର ରାଧେଶ୍ୟାମ ଅଗ୍ରୱାଲ ଓ ସ୍ବାଧିନ ପ୍ରାର୍ଥୀ ମୋତି କୈବର୍ତ୍ତଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ତିନି ପ୍ରମୁଖ ଦଳର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ଓ ପୂର୍ବ କାର୍ଯ୍ୟଧାରାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.