କବିତା: ମହିଳା ଦିବସ

ନାରୀ ସେ ଅଟେ ନାରାୟଣୀ
କୀର୍ତ୍ତିରେ ସେ କାତ୍ୟାୟନୀ
କେବେ ସେ ଦେଵୀ କେବେ ପୁଣି
ସାଜେ ରୂପେ ସିଂହବାହିନୀ ।।

Omkar Vasthu
Omkar Vasthu

ଦେଶ ପାଇଁ ଆଣି ପାରେ ଏହି
ନାରୀ ହିଁ ପ୍ରଗତି
ନ ଯିବା ଭୁଲି ଆଜି ପରା ତାଙ୍କ
ଦିବସ ଆଣିବା ଜାଗୃତି ।।

Pearl dental clinic
Near Ashish Medical Store, Bhawanipatna

ରଖିବା ବଜାୟ ନାରୀ ସଶକ୍ତିକରଣ
ହଟାଇବା ଦେଶେ ନାରୀ ହରଣ
ସଂସାରୁ ହଟାଇ ପୁଣି ଯୌତୁକ ପ୍ରଥା
ସଂକଳ୍ପ କରି ରଖି ସଭିଏଁ ସ୍ମରଣ ।।

Udyog Nursery
Udyogi Nursery

ସେ ତ ଅଟେ ଜାୟା ସେ ପୁଣି ଜନନୀ
ସେ ତ ଅଟେ ଭଗିନୀ
ତା ବିନା ଘରେ ଭରି ପଡେ ଶୂନ୍ୟତା
ସେ ଅଟେ ମନ ମୋହିନୀ ।।

ସେ ଅଟେ ଦୁହିତା ସାଜି ଆଜି
ଦୁଇ କୂଳକୁ ହିତା
ବୃଦ୍ଧା କାଳେ ପିତାମାତାଙ୍କ ପ୍ରତି
ସାଜେ ରକ୍ଷା କରତା ।।

✍🏾ତ୍ରିନାଥ ପଟ୍ଟନାୟକ
(ଅଧ୍ୟାପକ ତଥା କବି)
ଶିକ୍ଷକ କଲୋନୀ, ଗାନ୍ଧୀ ନଗର
କୋରାପୁଟ
ମୋ:୯୪୩୮୩୬୨୧୭୨

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.