ପଞ୍ଚାୟତ ନିର୍ବାଚନ ରିଭ୍ୟୁ: ଶାସକ ବିଜେଡିକୁ କଡା ଟକ୍କର ଦେଇ ପୁଣି ଲୋକଙ୍କ ଆସ୍ଥା ଭାଜନ ହେବାରେ ଲାଗିଛି କଂଗ୍ରେସ

ନର୍ଲାରେ କଂଗ୍ରେସ ସଂଗଠନ ସଜାଡିବାକୁ ବିଭିନ୍ନ ମହଲରୁ ବାର୍ତ୍ତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ତ୍ରୀ-ସ୍ତରିୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି କାହିଁକି ସାରା ରାଜ୍ୟରେ ବିଜେଡି ଏକ ତରଫା ଭାବରେ ବିଜୟ ହାସଲ କରିଛି । ରାଜ୍ୟର ୩୦ ଗୋଟି ଜିଲ୍ଲାରେ ମଧ୍ୟ ଜିଲ୍ଲା ପରିଷଦ ଗଠନ କରିବା ନିଶ୍ଚିତ ହୋଇ ସାରିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଜେପି ଏକ ତରଫା ଭାବରେ କଳାହାଣ୍ଡିର ୩୬ ଗୋଟି ଆସନ ମଧ୍ୟରୁ ୩୩ ଗୋଟି ଆସନ ଅକ୍ତିଆର କରି ଜିଲ୍ଲା ପରିଷଦ ଗଠନ କରିଥିଲା । ଜିଲ୍ଲାରେ ବିଜେଡି ମାତ୍ର ଗୋଟିଏ ସିଟ ଭାରି କଷ୍ଟରେ ମାତ୍ର କେଇଖଣ୍ଡ ଭୋଟ ପାଇ ଇଜ୍ଜତ ବଞ୍ଚାଇଥିଲା । ଚଳିତ ନିର୍ବାଚନରେ ଏହାର ଠିକ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ବିଜେପିକୁ ୩୩ର ଜବାବ ୩୩ରେ ଦେଇଛି ବିଜେଡି । ହେଲେ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟ ପୂର୍ଣ୍ଣ ବିଷୟ ଯେ ଗତ ଥରର ଚମ୍ପିଅନ ବିଜେପି ଏଥରକ ତୃତୀୟ ସ୍ଥାନରେ । ବିଜେଡିକୁ କଡା ଟକ୍କର ଦେଇ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇ ପୁଣି ସମ୍ମାନକୁ ଫେରିଛି କଂଗ୍ରେସ । ଆଗରୁ ନର୍ଲାକୁ କଂଗ୍ରେସର ଗଡ କୁହା ଯାଉଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ମୋଦୀ ହାୱା କାମ କରିଥିବା ବେଳେ ଏଥରକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାଦୁ କାମ କରିଛି ବୋଲି ସାଧାରଣରେ ଆଲୋଚନା ହେଉଛି । କେନ୍ଦ୍ରରେ ଭାଜପା ସରକାର । ରାଜ୍ୟରେ ବିଜେଡି ସରକାରଙ୍କ ଦବ ଦବା ରହିଥିବା ବେଳେ ଚଳିତ ନିର୍ବାଚନରେ ଏହି ଦୁଇପାର୍ଟି ତରଫରୁ କୋଟି କୋଟି ଟଙ୍କା ମଧ୍ୟ ବଣ୍ଟା ହୋଇଥିବା ଆଲୋଚନା ହେଉଛି । ହେଲେ ବେସାହାରା, ପାୱାର ଲେସ୍, କ୍ଷମତା ବିହୀନ କଂଗ୍ରେସ ପ୍ରାର୍ଥୀ ମାନେ ବିପୁଳ ଶକ୍ତିଶାଳୀ, କ୍ଷମତା ଧାରୀ ବିଜେଡି ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କୁ କଳାହାଣ୍ଡି ଜିଲ୍ଲା ନର୍ଲାରେ କଡା ଟକ୍କର ଦେଇଥିବା ଦେଖିବାକୁ ମିଳିଛି । ସାରା ରାଜ୍ୟର କଂଗ୍ରେସ ଅନୁଭବୀ ଓ ପୁରୁଖା ନେତା ମାନେ କଂଗ୍ରେସରୁ ପଳାୟନ ପନ୍ଥି ସାଜି ବିଜେଡି ନବୀନ ବାବୁଙ୍କ ନିକଟରେ ଶରଣାପନ୍ନ । ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀଜୀଙ୍କ ହିସାବରେ ଧିରେ ଧିରେ କଂଗ୍ରେସ ମୁକ୍ତ ହୋଇସାରିଲାଣି ଓଡିଶା । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ହାତ ଗଣତି ମାତ୍ର କେଇଜଣ କଂଗ୍ରେସ ନେତା ଧର୍ମକୁ ଆଖିଠାର ଭଳି ଦାଇତ୍ୱ ତୁଲାଉଥିବା ବେଳେ, ନର୍ଲାର କେଇଜଣ ପୁରୁଖା କଂଗ୍ରେସ୍ ନେତା କ୍ଷମତା ଲୋଭରେ ବିଜେଡିର ଶରଣାପନ୍ନ ହୋଇ ଏବେ କୋଣଠେସା ସାଜିଛନ୍ତି । ଏଭଳି ପରିସ୍ଥିତିରେ କଳାହାଣ୍ଡିର ଭୁମିପୁତ୍ର କୁହାଯାଉଥିବା ପୂର୍ବତନ ସାଂସଦ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ଏଆଇସିସି ସମ୍ପାଦକ ଭକ୍ତ ଦାସଙ୍କ ମାର୍ଗଦର୍ଶନରେ ନର୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ନୀରଜ ଶର୍ମା (ସାନୁ)ଙ୍କ ନେତୃତ୍ୱରେ ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ(ବିଟୁ), ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ରଙ୍କ କଠିନ ପରିଶ୍ରମ, କଂଗ୍ରେସ ର ନର୍ଲା ତିନିଗୋଟି ଜୋନ ପାଇଁ ଉତ୍ତମ ପ୍ରାର୍ଥୀ ଚୟନ ଯୋଗୁଁ ନର୍ଲା ଅଞ୍ଚଳବାସୀଙ୍କ କଂଗ୍ରେସ ଦଳ ପ୍ରତି ଧିରେ ଧିରେ ଆସ୍ଥା ଓ ବିଶ୍ୱାସ ଫେରିବାରେ ଲାଗିଥିବା ଚଳିତ ନିର୍ବାଚନରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ଗୋଟିଏ ପଟେ କ୍ଷମତାଶାଳୀ ବିଜେଡିର ବିପୁଳ ଟଙ୍କା ତ ଅନ୍ୟପଟେ ଦୁଃଖି କଂଗ୍ରେସ ପ୍ରାର୍ଥୀନୀଙ୍କ ଅଶୃଳ ନୟନରେ ହାତ ଯୋଡି ଭୋଟ ଭିକ୍ଷା । ଭୋଟର୍ସ ବାଧ୍ୟ ହୋଇ ବିଚାରକୁ ନେଇଛନ୍ତି । ଧର୍ମକୁ ଅନାଇ କଂଗ୍ରେସର ଯୋଗ୍ୟ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କୁ ଭୋଟ ଦେଇଛନ୍ତି । ତେଣୁ ତ ନର୍ଲାରେ କ୍ଷମତାଶାଳୀ ବିଜେଡିକୁ କଡା ଟକ୍କର ଦେବାରେ ସକ୍ଷମ ହୋଇ ପାରିଛି କଂଗ୍ରେସ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଠକ ପ୍ରବଞ୍ଚକ ବିଜେଡି ଓ ଲୋକ କୁ ମିଥ୍ୟା ସ୍ୱପ୍ନ ଦେଖାଉଥିବା ବିଜେପି ପ୍ରତି ଲୋକଙ୍କ ବିଶ୍ୱାସ ତୁଟିଛି । ଆମ ପ୍ରତି ନର୍ଲା ବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢିଛି । ଆମ ପାଖରେ ଟଙ୍କା ନାହିଁ । ଆମେ ଭୋଟ ପାଇଁ କାହାକୁ ଟଙ୍କା ବାଣ୍ଟିନୁ । ବିନା ପଇସାରେ, ସ୍ୱତ ପ୍ରବୃତ ନର୍ଲାବାସୀ ଆମକୁ ଆଶିର୍ବାଦ କରିଛନ୍ତି । କର୍ଲାମୁଣ୍ଡା ବ୍ଲକରେ ଆମ କଂଗ୍ରେସର ଜଣେ ପ୍ରାର୍ଥୀଙ୍କୁ ବିଜୟ ମଧ୍ୟ କରାଇଛନ୍ତି ଜନତା ଜନାର୍ଦ୍ଦନ । ଏଣୁ ନର୍ଲା ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରୁଛି ବୋଲି ନର୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ନୀରଜ ଶର୍ମା(ସାନୁ) ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ନର୍ଲା କଂଗ୍ରେସର ଯୁବ ନେତା ମାନଙ୍କ ପ୍ରୟାସରେ ଆଗକୁ ମଧ୍ୟ ନର୍ଲା କାହିଁକି ସାରା ଜିଲ୍ଲାରେ କଂଗ୍ରେସ ପାଟିର ଉଜ୍ୱଳ ଭବିଷ୍ୟତ ଜଳଜଳ ହୋଇ ଦେଖାଯାଉଛିି । ଏଥିପ୍ରତି ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ନର୍ଲା ନିର୍ବାଚନ ମଣ୍ଡଳୀକୁ ଗୁରୁତ୍ୱ ଦେଇ କଂଗ୍ରେସ ସଙ୍ଗଠନକୁ ସଜାଡିବା ସହିତ କଂଗ୍ରେସ ପ୍ରତି ତ୍ୟାଗପୁତ ଓ ନିଷ୍ଠାପର କର୍ମୀ ମାନଙ୍କୁ ଦାଇତ୍ୱ ଅର୍ପଣ କରନ୍ତୁ ବୋଲି ନର୍ଲା ଜନସାଧାରଣ ଓ ବିଭିନ୍ନ ମହଲରୁ ଦାବୀ ହେଉଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.