ସ୍ବଚ୍ଛ ଭାରତ ଜରିଆରେ ଓ୍ବାର୍ଡ ସଫେଇ କାର୍ଯ୍ୟକ୍ରମ

ରାସ୍ତା ସଫେଇ ଉପରେ ଗୁରୁତ୍ବ ଦେଇ କାମ କରୁଛି କେସିଙ୍ଗା ଏନ୍ଏସି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଗୋଟିଏ ସ୍ବଚ୍ଛ ସର୍ବେକ୍ଷଣ ଟିମ୍ ରହିଛନ୍ତି । ଉକ୍ତ ଟିମ୍ ରାଜ୍ୟର ସହରାଞ୍ଚଳକୁ ଯାଇ ସ୍ବଛ ଉପରେ ତଦାରଖ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରକୁ ସ୍ବଚ୍ଛ ସର୍ବେକ୍ଷଣ ଟିମ୍ ଗସ୍ତ କରିବା ସହ ସହରର ସଫେଇ ଉପରେ ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି । ତାହାକୁ କେସିଙ୍ଗା ଏନ୍ଏସି ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦେଇ ସହରରେ ସ୍ବତନ୍ତ୍ର ଓ୍ବାର୍ଡ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଯାହାକି ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେସିଙ୍ଗା ସହରରେ ଥିବା ବିଭିନ୍ନ ଗଳି କନ୍ଦି ରାସ୍ତା ସଫେଇ ଉପରେ ଧ୍ୟାନ ଦେଇଥିବା ନେଇ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ପ୍ରକାଶ କରିଛନ୍ତି । ସ୍ବତନ୍ତ୍ର ଓ୍ବାର୍ଡ ସଫେଇ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଓ୍ବାର୍ଡ ନମ୍ବର ୬ ସ୍ଥିତ ଜେଏମଏଫସି ଙ୍କ କାର୍ଯ୍ୟାଳୟ ନିକଟରୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ସହରର ସଫେଇ କୁ ଗୁରୁତର ଭାବେ ନେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସୁଶ୍ରୀ ବେହେରା କହିବା ସହ ସହରର ସଫେଇ ଉପରେ ସହରବାସୀଙ୍କ ସହଯୋଗ କିପରି ରହିବ ଏବଂ ସ୍ବଚ୍ଛ କେସିଙ୍ଗା ଏନ୍ଏସି ର ମାନ୍ୟତା ପାଇପାରିବ ସେ ନେଇ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.