ଅସହାୟ ଶିଶୁଙ୍କ ପାଇଁ ସହାୟ ହେଲା ଆଶିର୍ବାଦ ଯୋଜନା

ଉପକୃତ ହେଲେ ଘୁଟିଆ ଗାଁର ତିନି ଶିଶୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୁଟିଆ ଗାଁର ଯୁବକ କାଞ୍ଚନ ରଣା ଗତ ବର୍ଷ କରୋନା ସମୟରେ ଜ୍ୱରରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ଦେହାନ୍ତ ପରେ ସେ ଦେଇଥିବା କିରାନା ଦୋକାନ ମଧ୍ୟ ବନ୍ଦ ହୋଇଯାଇଥିଲା । ନିଜର ଜମିବାଡ଼ି କମ ହେତୁ ସେମାନେ ଅସୁବିଧାରେ ଚଳୁଥିଲେ । ପାଖରେ ପଇସା ନଥିବାରୁ ସ୍ୱାମୀ ଦେଇଥିବା କିରାନା ଦୋକାନକୁ ସ୍ତ୍ରୀ ଅହଲ୍ୟା ରଣା ବନ୍ଦ କରିଦେଇଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ଅହଲ୍ୟା ତାଙ୍କର ତିନି ଝିଅ ବଉଳବେଣୀ, ପ୍ରିୟଙ୍କା ଓ ଲବଣିଙ୍କୁ ନେଇ ବହୁତ ଅସୁବିଧାରେ ଦିନ କାଟୁଥିବା ନଜରକୁ ଆସିଥିଲା । ପଞ୍ଚୟତ ପକ୍ଷରୁ ମାସିକ କିଛି ରାସନ ହିଁ ଭରସା ଥିଲା । ଏହି ସମୟରେ ରାଜ୍ୟ ସରକାରଙ୍କ ଏକ ଅଭିନବ ଯୋଜନା “ଆଶୀର୍ବାଦ” ଆରମ୍ଭ ହୋଇଥିଲା । ଅହଲ୍ୟା ରଣାଙ୍କ ଦୁଖଦଃ ଖବର ବିଷୟରେ ସାମ୍ବାଦିକ ରାମକୁମାର ସେନାପତି ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ସମସ୍ୟା ବିଷୟରେ ଜାଣିଲାପରେ ଏହି ଅସହାୟ ପରିବାରକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଭବାନୀପାଟଣାକୁ ଆଣି ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରିବାପାଇଁ ଡ଼ିଏସଏସଓ ଠାରେ ସମସ୍ତ ଡକ୍ୟୁମେଣ୍ଟ ପୈଠ କରିଥିଲେ । ଗତ ମାସରେ ସରକାରଙ୍କ ନିୟମ ଅନୁଯାଇ ତିନି ଶିଶୁଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଛି । ଜଣକ ପିଛା ପନ୍ଦର ସହ ଟଙ୍କା ମିଳିଛି । ସେମାନେ ପ୍ରଥମ କିସ୍ତି ଟଙ୍କା ପାଇବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣେଇଛନ୍ତି ଓ ସମସ୍ତ ଶିଶୁଙ୍କୁ ଏହି ଯୋଜନାରେ ସାମିଲ ହେବାପାଇଁ ସହଯୋଗ କରିଥିବାରୁ ସାମ୍ବାଦିକ ରାମକୁମାର ସେନାପତି ଓ ସମାଜସେବୀ ଯଶୋବନ୍ତ ରଣାଙ୍କୁ ମଧ୍ୟ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.