ଓଡ଼ିଆ ବାର୍ତ୍ତା/ ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ନାଥପୁର ଗ୍ରାମର ହେଲିନା ଜତି ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବରିଷ୍ଠ ବୈଜ୍ଞାନିକ ଭାବେ ଗୃହ ବିଜ୍ଞାନ ବିଭାଗରେ ସହକାରୀ ପ୍ରଧ୍ୟାପିକା ଭାବେ ଅଧିଷ୍ଠିତ ହେବାକୁ ଯାଉଛନ୍ତି। ସେ ଯାଜପୁର ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଜତି ଓ ଭାଗ୍ୟବତୀ ଜତିଙ୍କ ଝିଅ ତଥା ବରୀ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ରଙ୍ଗାଧର ଜତି ଏବଂ ରମାମଣି ଜତିଙ୍କ ନାତୁଣୀ ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ଯାଜପୁର ଜିଲ୍ଲା ଯାଦବ ମହାସଭା ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ବରୀ ଅଞ୍ଚଳ ତଥା ଆମ ଯାଦବ ଜାତିର ଗର୍ବ ଓ ଗୌରବ ବୋଲି ଯାଦବ ନେତୃତ୍ୱ ଇଂ ମନୋଜ ଦାସ ମତବ୍ୟକ୍ତ କରିଛନ୍ତି।