ଇପିଏଫ ପେନସନ ରାଜ୍ୟ ସମ୍ମିଳନୀ ପାଇଁ କଟକ ଜିଲ୍ଲାର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଟକ: ପୁରୀ ରାଜ୍ୟ ସମ୍ମିଳନୀ ପାଇଁ କଟକ ଜିଲ୍ଲା କମିଟିର ପ୍ରସ୍ତୁତି ବୈଠକ ନୟାସଡକ ସ୍ଥିତ ଓଷ୍ଠା କାର୍ଯ୍ୟାଳୟ ଠାରେ ସଭାପତି ରାଜ କିଶୋର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିନିଧି ମାନଙ୍କର ଯୋଗଦାନ ଓ ଆନୁସଙ୍ଗିକ ଖର୍ଚ୍ଚ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ସମ୍ବିଧାନ ସମ୍ପର୍କରେ ଓ ଇପିଏଫ୍ ପେନସନଭୋଗୀଙ୍କ ବିଭିନ୍ନ ଆନୁସଙ୍ଗିକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସମ୍ମିଳନୀରେ ପ୍ରସ୍ତାବ ଦେବାପାଇଁ ମତ ପୋଷଣ କରାଗଲା । ଏହି ବୈଠକରେ ସମ୍ପାଦକ ବିନୋଦ ବେହେରା, ସୁରେଶ ଚନ୍ଦ୍ର ତରାଇ, ଆଦିତ୍ୟ କୁମାର ପଟ୍ଟନାୟକ, ବୁଲେଇ ବେହେରା, ବିଜୟ କେତନ ସ୍ୱାଇଁ, ବନମାଳୀ ବେହେରା, ରତନ କୁମାର ଲେଙ୍କା, ଦେବେନ୍ଦ୍ର କୁମାର ସାହୁ, ଗୋବିନ୍ଦ ଚନ୍ଦ୍ର ନାୟକ, ବିଜୟ କୁମାର ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.