ପଦ୍ମପୁର ମହାବିଦ୍ୟାଳୟ ଠାରେ ଏଚଆଇଭି ଓ ମାତୃଶିଶୁ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ଠାରେ ଏଚଆଇଭି ଓ ମାତୃଶିଶୁ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକ ସଭାପତିତ୍ବରେ କରିଥିବାବେଳେ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟ ପଦ୍ମପୁରର ଆଇସିଟିସି ସଂଯୋଜକ ଚିନ୍ତାମଣି ପଣ୍ଡା ଏବଂ ଆହାନା ପିପିଟିସିଟିର କ୍ଷେତ୍ର ଅଧିକାରୀ ଡକ୍ଟର ଅକ୍ଷୟ କୁମାର ପଶାୟତ ଯୋଗଦେଇ ଏଚଆଇଭି ନିରାକରଣ ଓ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯୁବ ରେଡକ୍ରସ୍ ଓ ରେଡ ରିବନ୍ କ୍ଳବର ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ପ୍ରାରମ୍ଭିକ ସୂଚନା ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବର ସ୍ଵେଚ୍ଛାସେବୀ ଛାତ୍ର ଚନ୍ଦନ ସାହୁ, ଅଜିତ ରଣା, ସୁନିଲ ମେହେର, ସିଦ୍ଧାର୍ଥ ଶଙ୍କର ଦାଶ, ଛାତ୍ରୀ ହିତେଶ୍ୱରି ବରିହା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦିଶ୍ରୀ, ଗାୟତ୍ରୀ କୁମ୍ଭାର, ଲିଜା ବିଶି ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥଲେ ।

Udyog Nursery
Udyogi Nursery

ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ ଏଥିରେ ଯୋଗଦାନ କରିଥିଲେ । ପରିଶେଷରେ ଯୁବ ରେଡ କ୍ରସର ଅନ୍ୟତମ ସଂଯୋଜକ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.