ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଧଆଁରାମାଲ ଗ୍ରାମର ଜଣେ ମହିଳା ବେକରେ ଶାଢ଼ୀ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରୁ ଜଣାଯାଏ ଯେ, ଧଅଁରାମାଲ ଗାଁର ଧର୍ମେନ୍ଦ୍ର ନାଗଙ୍କ ସ୍ତ୍ରୀ ଧରିତ୍ରୀ ନାଗ (୧୯) ଶୁକ୍ରବାର ସକାଳ ସମୟରେ ନିଜ ଘରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କହିଥିବା ବିଷୟରେ ଉକ୍ତ ମହିଳାଙ୍କ ବାପା ଗଜିନ୍ଦ୍ର ଜୁଆଡ଼ଙ୍କ ଲିଖିତ ଅଭିଯୋଗ ପରେ କେଗାଁ ଥାନା ଭାରପ୍ରାପ୍ତ ଥାନାଧିକାରୀ ମନୋରଂଜନ କୁମ୍ଭାର ଘଟଣାସ୍ଥଳକୁ ଯାଇ ଶବ ଜବତ କରିଥିଲେ । ଏସଂକ୍ରାନ୍ତରେ କେଗାଁ ଥାନା କେସ ନମ୍ବର ୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରି ଶବଟିକୁ ବ୍ୟବଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।