ଚତୁର୍ଦ୍ଦଶ ସଙ୍କୀର୍ତ୍ତନ ମଣ୍ଡଳୀର ଦୋଳ ମହୋତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଟକ: ଦୀର୍ଘ ଆଠଦିନ ବ୍ୟାପି ମହାଡ଼ମ୍ବରରେ ପାଳିତ ହୋଇ ଆସୁଥିବା ଚତୁର୍ଦ୍ଦଶ ସଙ୍କୀର୍ତ୍ତନ ମଣ୍ଡଳୀର ଦୋଳ ମହୋତ୍ସବ ୪୨ମୌଜା ସ୍ଥିତ ଶ୍ରୀ ଶ୍ରୀ ବନ୍ତେଶ୍ୱର ମହାଦେବ ପୀଠ ଠାରେ ଉଦଯାପିତ ହୋଇଯାଇଅଛି । ସଙ୍କୀର୍ତ୍ତନ ମଣ୍ଡଳୀର ସମସ୍ତ ଅଧିକାରୀ, ମହନ୍ତ, ବାଦ୍ୟକାର, ସଙ୍ଗୀତକାର ଓ ସଙ୍କୀର୍ତ୍ତନ ପ୍ରେମୀ ବହୁ ସଂଖ୍ୟାରେ ଯୋଗଦାନ କରି ପାରମ୍ପରିକ ପର୍ବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଚତୁର୍ଦ୍ଦଶ ସଙ୍କୀର୍ତ୍ତନ ମଣ୍ଡଳୀ ତରଫରୁ ଶ୍ରେଷ୍ଠ ମଣ୍ଡଳୀର ଅଧିକାରୀ, ମହନ୍ତ ମାନଙ୍କୁ ସର୍ବାଧିକାରୀ ଓ ସର୍ବମହନ୍ତ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଗ୍ରାମ କମିଟିର ସଭାପତି ଇ° ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ସର୍ବାଧିକାରୀ ସୁକାନ୍ତ କୁମାର ଦେବତା, ସର୍ବମହନ୍ତ ସୁରେନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ନନ୍ଦ କିଶୋର ଜେନାଙ୍କୁ ଗ୍ରାମ୍ୟ କମିଟିର ଅଧିକାରୀ ରବୀନ୍ଦ୍ର ନାଥ ସେନାପତି, ମହନ୍ତ ହୃଦାନନ୍ଦ ବିଶ୍ବାଳ ଓ ରଘୁନାଥ ଦାଶ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଦୋଳ ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଥିବାରୁ ଏସିପି ଚନ୍ଦନ ଘଡେଇ, କଟକ ସଦର ଓ ୪୨ମୌଜା ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ଓ ଅନୀତା ସାହୁଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମଣି ଦେବତା, ସୁଶାନ୍ତ କୁମାର ତ୍ରିପାଠୀ, କୃଷ୍ଣଚନ୍ଦ୍ର ଦାଶ, ସୂର୍ଯ୍ୟମଣି ଦାସ, ପ୍ରମୋଦ କୁମାର ରାଉତ, କେଳୁଚରଣ ବେହେରା, ଅସିତ୍ ଦାସ, ଗଜେନ୍ଦ୍ରନାଥ ସ୍ୱାଇଁ, ଦେବେନ୍ଦ୍ର ସେନାପତି, ଅଶୋକ କୁମାର ଦାଶ, ଅଶୋକ ଜେନା (ବୁଲୁ ବାବା), ଯୋଗେନ୍ଦ୍ର ଦେବତା, ନିରଞ୍ଜନ ପଣ୍ଡା, ଅଶୋକ ତ୍ରିପାଠୀ, ରାଜକିଶୋର ଜେନା, ରାମଚନ୍ଦ୍ର ସେନାପତି, କୈଳାସ ଚନ୍ଦ୍ର ସାହୁ, କୃତିବାସ ଜେନା, ଅଜୟ ଦଳାଇ, ବିଦ୍ୟାଧର ପାତ୍ର, ଶିବଶଙ୍କର ମଲ୍ଲିକ, ଆରତ ସେଠୀ, ଘନଶ୍ୟାମ ମଲ୍ଲିକ, ପୁଷ୍ପରଞ୍ଜନ ବିଶ୍ଵାଳ, ବିରେନ୍ଦ୍ର ପ୍ରତାପ ଦାସ, ସଦାଶିବ ବିଶ୍ବାଳ, ଜ୍ୟୋତି ରଂଜନ ଶାସେନୀ, ବୁଲେଇ ବେହେରା ଓ ଅମିତାଭ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ଯୁବନେତା ତଥା ଗ୍ରାମ୍ୟ କମିଟିର ସମ୍ପାଦକ ବିନୋଦ ବିହାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.