ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ଇ-ପତ୍ରିକା ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ବିଶ୍ୱ ଜଳ ଦିବସ ଅବସରରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ କଳାହାଣ୍ଡିର ‘ସୃଷ୍ଟି ଓ ସ୍ରଷ୍ଟା’ ଇ-ପତ୍ରିକାର ତୃତୀୟ ସଂସ୍କରଣ ଉନ୍ମୋଚନ ଏବଂ କବିତା ପାଠୋତ୍ସବ ୱେବନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ପତ୍ରିକା ଉନ୍ମୋଚନ ପର୍ବର ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ଭାବେ କୋଶଲ ସାହିତ୍ୟ ଏକାଡେମୀର ଦେବେନ୍ଦ୍ର କୁମାର ନାଏକ, ମୁଖ୍ୟବକ୍ତା ଭାବେ କଳାହାଣ୍ଡିର ସୁସାହିତ୍ୟିକ ଭୁବନେଶ୍ୱର ପୁରୋହିତ, ସମ୍ମାନୀୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାର ସୁସାହିତ୍ୟିକା ପ୍ରିୟଦର୍ଶିନୀ ମିଶ୍ର, କଣ୍ଠଶିଳ୍ପୀ ଟିକଚନ ବେଣୁପାଣି ଯୋଗଦେଇ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ନିର୍ମଳଚନ୍ଦ୍ର ନାଏକ, ମୁଖ୍ୟ ସଭାପତି ମୋହନ ଚରଣ ବିଶି, ମୁଖ୍ୟ ମାର୍ଗଦର୍ଶକ ଭାଗିରଥି ସାଗର, ପ୍ରତିଷ୍ଠାତା ରୀକ୍ଷିରାମ ମେହେର, ସମ୍ପାଦକ ଦୁର୍ଯ୍ୟୋଧନ ଚଣ୍ଡୀ, ମୁଖ୍ୟ ସମ୍ପାଦିକା ଅନୁରାଧା କର, ସଭାପତି ବବ୍ରୁ ବାହାନ ସାହୁ, ଉପଦେଷ୍ଟା ଅଜିତ ଦାସ, ସଂଯୋଜକ ଦୀନବନ୍ଧୁ ବାଗ, ସହ ସମ୍ପାଦକ ଯଶୋବନ୍ତ ବିଶ୍ୱାଳ, ସହ ସମ୍ପାଦିକା ଶଙ୍ଖା ଖର୍ସେଲ, ଜିଲ୍ଲା ସମ୍ପାଦକ ଗୋପାଳ ଭାଟି ୟାଦବ, ଗ୍ରୁପ ପରିଚାଳିକା କମଳିନୀ ଚଣ୍ଡି, ବିରଞ୍ଚି ନିଏଲ , ଆବାହକ ଅକ୍ଷୟ ପଟ୍ଟନାୟକ ଓ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସୁରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନେକ ପ୍ରିୟଦର୍ଶିନୀ ମିଶ୍ର, କବିତାଞ୍ଜଳି ପଣ୍ଡା, ସ୍ନେହା ମିଶ୍ର, ଉର୍ମିଳା ମହାପାତ୍ର, କୃଷ୍ଣଚନ୍ଦ୍ର ବାରିକ, ଶୁଭସ୍ମିତା ମହାନ୍ତି, ପଂଚାନନ ପ୍ରଧାନ ପ୍ରମୁଖ କବିତା ପାଠ କରିଥିଲେ ଓ ଶେଷରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ସମ୍ପାଦକ ଦୁର୍ଯ୍ୟୋଧନ ଚଣ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.