ଜିଲ୍ଲା ଯାଦବ ମହାସଭାର ମହତ କାର୍ଯ୍ୟ: ରକ୍ତଦାନ କରି ବଞ୍ଚାଇଲେ ରୋଗୀଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର ପକ୍ଷରୁ ଟିଟିଲାଗଡ ରକ୍ତ ଭଣ୍ଡାରରେ ଦୁଇଜଣ ରୋଗୀଙ୍କୁ ରକ୍ତ ଦାନ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଠେମେରା ପଞ୍ଚାୟତ ଗୋଲବନ୍ଦ ଗ୍ରାମର ଶ୍ରୀମତୀ ଗହିରଙ୍କୁ ଟିଟିଲାଗଡ ହସ୍ପିଟାଲ ରେ ବି+ ରକ୍ତ ଦରକାର ଥିବାରୁ ଟିଟିଲାଗଡ ବ୍ଲକ ବ୍ଲକ ସୂର୍ଡା ଗ୍ରାମର ହରେଶ ବଗର୍ତ୍ତୀ ରକ୍ତ ଦାନ କରିଥିଲେ । ସେହିପରି ଭାବେ ଟିଟିଲାଗଡ ବ୍ଲକ କୁର୍ସୁଡ ଗ୍ରାମର ନବୀନ ମହାନନ୍ଦଙ୍କୁ ଓ+ ବ୍ଲଡ଼ ଦରକାର ଥିବାରୁ ବଞ୍ଜିପଦର ପଞ୍ଚାୟତର ଭୀଷ୍ମ ମହକୁର ରକ୍ତ ଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ମହତ କାର୍ଯ୍ୟ ସମୟରେ ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭାର ସଂଯୋଜକ ମନୋଜ କୁମାର ହାତୀ, ଉତ୍କଳ ଯାଦବ ମହାସଭା ରାଜ୍ୟ ଛାତ୍ର ସମ୍ପାଦକ ଦିନେଶ କୁମାର ନାଗଙ୍କ ସମେତ ସୁଧୀର ଘଡେଇ, ନୀଳମଣି ଦୀପ, ମୁକୁନ୍ଦ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବାସହ ସାଧୁବାଦ ଅର୍ପଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ବର୍ଷ ତମାମ ଆବଶ୍ୟକତା ଅନୁଭବ କରୁଥିବା ରୋଗୀମାନଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରି ଆସୁଛି । ଏହି ଅବସରରେ ଜିଲ୍ଲା ଯାଦବ ମହାସଭା ତରଫରୁ ଯୁବ ସମାଜକୁ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଆହ୍ବାନ କରାଯାଇଛି । ରକ୍ତ ଅଭାବରୁ ଯେମିତି କାହାର ଜୀବନ ନ ଜଉ ସେଥିପ୍ରତି ସମସ୍ତେ ସଚେତନ ହେବା ବୋଲି କହିଛନ୍ତି ଯାଦବ ମହାସଭାର କାର୍ଯ୍ୟକର୍ତ୍ତା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.