ବାଲିଗୁଡ଼ା: ଏନଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ, ଖାତା ଖୋଲି ପାରିଲା ନାହିଁ ବିଜେପି

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ପୌର ନିର୍ବାଚନରେ ପୁଣି ବିଜେଡ଼ିର ବାଜିମାତ୍ । ମାଟି କାମୁଡ଼ିଲେ ଦୁଇ ଜାତୀୟ ଦଳ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି କରିଛି ବିପୁଳ ବିଜୟ । ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ୫୯୯୧ ଭୋଟରେ ବିଜୟ ଲାଭ କରିଥିବା ବେଳେ ୧୧ଟି ଓ୍ବାର୍ଡ ଦଖଲ କରିଛି । ବ୍ଲକ୍ ସଭାପତି ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସମସ୍ତ ଓ୍ବାର୍ଡ ବୁଲି ଭୋଟର ମାନଙ୍କୁ ଧନ୍ୟବାଦ ଜଣାଇବାସହ ବାଲିଗୁଡ଼ା ସହରରେ ବିଜୟ ଉତ୍ସବ ପାଳିଛି ବିଜେଡ଼ି ।

Omkar Vasthu
Omkar Vasthu


ଏହି ବିଜୟ ଆମର ନୁହେଁ ଏହି ବିଜୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭରଷା କରିଥିବା ବାଲିଗୁଡ଼ା ସହରର ଅଗଣିତ ଭୋଟରଙ୍କ ବିଜୟ । ପୁଣିଥରେ ଆମେ ବାଲିଗୁଡ଼ା ସହରରେ ବିକାଶ ଧାରା ଜାରିରଖିବା ଏବଂ ବାଲିଗୁଡ଼ା ସହରର ସର୍ବାଙ୍ଗିନ ବିକାଶ କିଭଳି ହେବ ସେଥିପ୍ରତି ଦୃଷ୍ଟି ଦେବା ବାଲିଗୁଡ଼ାର ଯୁବ ବିଧାୟକ ଚକ୍ରମଣି କହଁର ଓ ବ୍ଲକ୍ ବିଜେଡି ସଭାପତି ଟୁନା ଦାସ କହିଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ୧୩ଟି ଓ୍ବାର୍ଡ ମଧ୍ୟରୁ ବିଜେଡ଼ି ୧୧ ଓ୍ବାର୍ଡ ଓ କଂଗ୍ରେସ ଦୁଇଟି ଓ୍ବାର୍ଡ ୧ ଏବଂ ୧୩ ନଂ. ଦଖଲ କରିଥିବା ବେଳେ ବିଜେପି ଖାତା ଖୋଲି ପାରି ନାହିଁ । ଦୁଇ ଦୁଇଟି ଜାତୀୟ ଦଳକୁ ପଛରେ ପକାଇ ବିଜେଡ଼ି ଏକ ନମ୍ବର ସ୍ଥାନ ଅଧିକାର କରି ପାରିଛି । ବାଲିଗୁଡା ଏନ.ଏ.ସି. ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ମଧ୍ୟରେ ମୋଟ ଭୋଟ: ୧୦୧୪୫ଟି ହୋଇଥିବା ବେଳେ ସେଥି ମଧ୍ୟରୁ ଗୋବିନ୍ଦ ଚନ୍ଦ୍ର ପ୍ରଧାନ(ବିଜେଡି) : ୫୯୯୧ଟି ଭୋଟ, ଅନନ୍ତ ମାଝୀ (କଂଗ୍ରେସ ): ୨୪୫୭ଟି ଭୋଟ, କୁସୁମି ପ୍ରଧାନ (ବିଜେପି) : ୧୫୧୭ଟି ଭୋଟ ଏବଂ ନୋଟାରେ ୧୮୦ଟି ଭୋଟ ପାଇଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.