✍🏾ସୁଶାନ୍ତ ରଣା
ଆପଣ ବିଜୟୀ ତ
ମନରେ କାଇଁ,
ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ?
ଅନିଚ୍ଛା ସତ୍ତ୍ୱେ
ସନ୍ଦେହ ଘେରକୁ ଟାଣି ହେଇ
ଯାଉଛି ଏ ମନ ।
ଜନତା ଜନାର୍ଦନଙ୍କୁ କାଇଁ,
ମିଛ ପ୍ରତଶ୍ରୁତି ଦେଇ ନାହଁ ତ ?
ଅର୍ଥବଳ, ବାହୁବଳ, ପ୍ରଲୋଭନ,
ଗୁଣ୍ଡାରାଜ୍ ଆପଣେଇ ନାହଁ ତ ?
ଯଦି,
ଏ ସବୁ ରୁ
ଆପଣ ଦୂରେଇ ଅଛନ୍ତି
ତେବେ, ଦୁନିଆ କହିବ
ଧର୍ମର ହୋଇଛି ଜୟ ।
ନଚେତ୍
ଦୁନିଆ କହିବା ପୂର୍ବରୁ
ଠିକ୍ ଆପଣ ବୁଝି ସାରିଥିବେ
ଆପଣଙ୍କ ବିଜୟର
ମୂଲ୍ୟ କେତେ ପତନ କେତେ ?
ହୃଦୟରେ ରାଜ୍ କରୁଥିବା
ରାଜା (ବିଜୟୀ ପ୍ରାର୍ଥୀ) ଜାଣିଥିବ
ଏ ତା’ର ବିଜୟ ନା ପରାଜୟ !!
କ୍ଷମତା ହାସଲ ପାଇଁ
କଳବଳ ଦେଖେଇ
ସିଂହାସନ ଆପଣେଇ ଥିବା
ରାଜାଙ୍କର ହୃଦୟ ଶୀରରେ
ବିଜୟ ମୁକୁଟ
ଶୋଭା ପାଇବ ନାହିଁ ।
ଆଉ
ବାରମ୍ବାର ନିଜକୁ ନିଜେ
ପ୍ରଶ୍ନ କରି ଚାଲିଥିବେ ସତରେ,
ମୁଁ ବିଜୟୀ ତ, ମୁଁ ବିଜୟୀ ତ ???