ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ବିଶିଷ୍ଟ ସମାଜସେବୀ ବିନୋଦବିହାରୀ ହେର୍ଣ୍ଣାଙ୍କ ଉଦ୍ଦେଶ୍ଯରେ ଏକ ସ୍ମୃତିସଭା ସିନାପାଲି ବ୍ଲକ ଅର୍ନ୍ତଗତ କଇଁଟପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସ୍ୱର୍ଗତ ହେର୍ଣ୍ଣାଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଧାନଶିକ୍ଷକ ସୋମନାଥ ନାଏକଙ୍କ ସମେତ ସହକାରୀ ଶିକ୍ଷକ କ୍ଷିତିପତି ନାଗ, ଚୂଡ଼ାମଣି ମେହେର, ବିରେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ହେର୍ଣ୍ଣାଙ୍କ ସାଂଗଠନିକ ଦକ୍ଷତା, ନିସ୍ୱାର୍ଥପର ସମାଜସେବା ଓ ଆଦର୍ଶବୋଧ ଉପରେ ଆଲୋକପାତ କରାଯାଇଥିଲା । ସଭାରେ ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।