ନର୍ଲା ସଡକରେ ଭାରିଯାନ ଚଳାଚଳକୁ ନେଇ ତୀବ୍ର ପ୍ରତିକ୍ରୀୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳକୁ ନେଇ ନର୍ଲା ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ରାୟଗଡାରୁ ନର୍ଲା ଦେଇ ବଲାଙ୍ଗୀର, ବରଗଡ ପଟେ କଲିକତା ଯାଇଥିବା ଜାତୀୟ ରାଜପଥ ଯିବାକଥା । ହେଲେ ଜନୈକ ରାଜନେତା (ପୂର୍ବତନ ବିଧାୟକ)ଙ୍କ କୁଟ ଚକ୍ରାନ୍ତ ଫଳରେ ସେହି ରାସ୍ତା ଛତିକୁଡାରୁ ବଙ୍କେଇ କେସିଙ୍ଗା ଦେଇ ସମ୍ବଲପୁରରୁ କଲିକତା ଯାଇଥିବା ଜାତୀୟ ରାଜପଥ ସହିତ ସଂଯୁକ୍ତ କରାଗଲା । ଜନସାଧାରଣଙ୍କ ଦୀର୍ଘ ବର୍ଷର ଦାବୀ ପରେ ଭବାନୀପାଟଣାରୁ ନର୍ଲା ଦେଇ ଭୁବନେଶ୍ୱର ଯାଇଥିବା ରାଜ୍ୟରାଜପଥର ଉନ୍ନତିକରଣ କରାଯାଇଛି । ମ. ରାମପୁରରୁ ଭବାନୀପାଟଣା ପର୍ଯ୍ୟନ୍ତ ୬୫ କି.ମି. ରାସ୍ତା ଗତ ଚାରି ବର୍ଷ ତଳେ ଉନ୍ନତିକରଣ କରାଯାଇଥିବା ବେଳେ ଭାରିଯାନ ବେଦାନ୍ତ କମ୍ପାନୀ ଲାଞ୍ଜିଗଡକୁ ଚାଲୁଥିବା ଆଲୁମିନା ବୋଝେଇ ଟ୍ରକ ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ୧୮ ଓ ୨୦ ଚକିଆ ଭାରିଯାନ ଗୁଡିକର ଚଳାଚଳ ଫଳରେ ଛତିକୁଡାରୁ ଭବାନୀପାଟଣା ଓ ଦେପୁର ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏଥିପାଇଁ ଛତିକୁଡା ବ୍ରୀଜର ପରମାୟୁ ମଧ୍ୟ ଶେଷ ହେବାକୁ ବସିଲାଣି ବୋଲି ସାଧାରଣରେ ଆଲୋଚନା ହେଉଛି । ଆନ୍ଧ୍ରପ୍ରଦେଶରୁ ଆସୁଥିବା ଭାରିଯାନ ଗୁଡିକ ଛତିକୁଡାରୁ ଭବାନୀପାଟଣା ପଟେ ୪ କି.ମି. ଯିବାପରେ ଦେପୁରରୁ ସର୍ଟକଟ ରାସ୍ତାଦେଇ ପାଷ୍ଟିକୁଡି ଛକରେ ବାହାରି କେସିଙ୍ଗା ଦେଇ ବରଗଡ, ସମ୍ବଲପୁର ଓ କଲିକତା ଯାଉଥିବା ଜଣାପଡିଛି । ଦେପୁର ରୁ ପାଷ୍ଟିକୁଡି ଯାଏଁ ରହିଥିବା ୪ କି.ମି. ଆରଡି ରାସ୍ତା ମଧ୍ୟ ଭାରିଯାନ ଚଳାଚଳ ଫଳରେ ଧ୍ୱଂସ ହୋଇଗଲାଣି । ଏଥିପାଇଁ ଦୁର୍ଘଟଣା ମଧ୍ୟ ନିତ୍ୟ ଘଟୁଥିବା ଜଣାପଡିଛି । ଏବେ ଉକ୍ତ ରାସ୍ତାଟି ଅତ୍ୟଧିକ ଖରାପ ହୋଇଯିବା ପରେ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଭାରିଯାନ ଗୁଡିକ ଛତିକୁଡା ଛକରୁ ୧୪ କି.ମି. ନର୍ଲା ଦେଇ ୨୫ କି.ମି. ମ.ରାମପୁର ପଟେ ହୋଇ ଅମାଟ ଛକରୁ ବଲାଙ୍ଗୀର, ବରଗଡ, ସମ୍ବଲପୁରରୁ କଲିକତା ଯାଉଛନ୍ତି । ଛତିକୁଡାରୁ ଭବାନୀପାଟଣା ପଟେ ହଜାର ହଜାର ଭାରିଯାନ ଚାଲିବା ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ ନର୍ଲା ରାସ୍ତାଦେଇ ଶହଶହ ଭାରିଯାନ, ବେଦାନ୍ତ ଟ୍ରକ ଚାଲିବା ଫଳରେ ଏବେ ନର୍ଲା ଦେଇ ଯାଇଥିବା ନବ ନିର୍ମିତ ସୁନ୍ଦର ଓ ଚିକ୍କଣିଆ ରାସ୍ତାଟିକୁ ଖାଇଦେବାକୁ ବସିଛନ୍ତି ଭାରିଯାନ ଗୁଡିକ । ଅବଶ୍ୟ ଗତ ଦୁଇମାସ ତଳେ ଛତିକୁଡ଼ାରୁ ଦେପୁର ଛକ ଯାଏଁ ରାସ୍ତା ନିର୍ମିତ ହୋଇ ସାରିଛି । ଏହି ଅପ୍ରତ୍ୟାଶିତ ଭାରିଯାନ ଗୁଡିକ ଚାଲିବା ଫଳରେ ଏକେରେ ତ ରାସ୍ତା ବରବାଦ ହେବାକୁ ଆରମ୍ଭ କଲାଣି । ଚିକ୍କଣିଆ କଳାମଚ୍ ମଚ୍ ରାସ୍ତାରେ ସ୍ଥାନେ ସ୍ଥାନେ ଖାଲଖମାର ସୃଷ୍ଟି ହେବା ଆରମ୍ଭ କଲାଣି । ଏହାବାଦ୍ ଶରସ୍ୱତୀ ଶିଶୁ ମନ୍ଦିର, ନର୍ଲା ହାଇସ୍କୁଲ, ମାଉଣ୍ଟେନ କିଟ୍ ଇଙ୍ଗଲିସ୍ ମିଡିୟମ ସ୍କୁଲ, ପେସିଫିକ୍ ଇଂଲିସ୍ ମିଡିୟମ ସ୍କୁଲ, ନର୍ଲା ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହା ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜ ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏବଂ ପ୍ରତ୍ୟହ ସଂଧ୍ୟା ସମୟରେ ନର୍ଲା ବଜାର ଭିଡ ଜମୁଥିବା ବେଳେ ଏହି ଭାରିଯାନ ଗୁଡିକର ଚଳାଚଳ ବିପଦ ସୃଷ୍ଟି କରିବାରେ ଲାଗିଛି । ନର୍ଲା ପୋଲିସ୍ ଷ୍ଟେସନ ସମ୍ମୁଖ ଦେଇ ଏହି ଭାରିଯାନ ଗୁଡିକ ଚଳାଚଳ କରୁଥିବା ବେଳେ ପୋଲିସ୍ କିଛି ପ୍ରତିକ୍ରୀୟା ପ୍ରକାଶ କରୁନି କିମ୍ବା ପଦକ୍ଷେପ ନେଉନାହିଁ । ଏଣୁ ନର୍ଲା ଜନସାଧାରଣ, ବୁଦ୍ଧିଜିବୀ ମାନେ ଏହି ଭାରିଯାନ ଚଳାଚଳକୁ ନେଇ ପ୍ରତିକ୍ରୀୟା ପ୍ରକାଶ କରି ନର୍ଲାରେ ଦୀର୍ଘ ଦିନ ପରେ ତିଆରି ହୋଇଥିବା ରାଜ୍ୟ ରାଜପଥର ସୁରକ୍ଷା ଦୃଷ୍ଟିରୁ ଓ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଜୀବନ ସୁରକ୍ଷା ପାଇଁ ଏସବୁ ଭାରିଯାନ ଚଳାଚଳକୁ ନର୍ଲା ରାସ୍ତାରେ ବନ୍ଦ କରାଯାଉ । ଯଦି ନର୍ଲା ପୋଲିସ୍ ଏହି ଭାରିଯାନ ଚଳାଚଳକୁ ରୋକିବା ପାଇଁ ଅସମର୍ଥ ତାହେଲେ ରାତି ୧୦ ପରେ ଏହିଭାରିଯାନ ଗୁଡିକୁ ନର୍ଲା ଦେଇ ଯିବାକୁ ଅନୁମତି ଦିଆଯାଉ । ଏହି ଗୁରୁତର ସମସ୍ୟା ପ୍ରତି ନର୍ଲା ପୋଲିସ୍ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାପାଇଁ ନର୍ଲାବାସୀ ଜନସାଧାରଣ ଓ ବୁଦ୍ଧିଜିବୀ ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.