ଉଦଯାପିତ ହେଲା ରାଜ୍ୟସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ରେଡକ୍ରସ ସେବାର ଏକ ଅନନ୍ୟ ତୀର୍ଥ। ଏହି ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସହଯାତ୍ରୀ ଜଣେ ଜଣେ ସେବକ। ଏଥିପାଇଁ ସେମାନେ ସବୁବେଳେ ମାନବିକତାର ଉଦାହରଣ ପାଲଟିଥାନ୍ତି ବୋଲି ଭବାନୀପାଟଣା ବ୍ଲକ ମେଦିନିପୁର ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ରେଡକ୍ରସ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛିି।  ଜିଲ୍ଲା ଶିକ୍ଷା ବିଭାଗ କଳାହାଣ୍ଡି ପକ୍ଷରୁ ଆୟୋଜିତ ଏହି ତିନିଦିନିଆ ଶିବିରରେ ଜିଲ୍ଲାର ୧୩ଟି ଆଦର୍ଶ ବିଦ୍ୟାଳୟ ଓ ଅନ୍ୟ ହାଇସ୍କୁଲରୁ ଶିକ୍ଷକ ମାନେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ସମ୍ମାନିତ ଅତିଥି ଭବାନୀପାଟଣା ବିଇଓ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କ, ତିଲଯୋଡି ପ୍ରଧାନଶିକ୍ଷକ ବିଜୟାନନ୍ଦ ହୋତା ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟକ୍ଷତା କରିଥିଲେ ମେଦିନିପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶୀଲ ବିଶ୍ୱାଳ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ତିନିଦିନିଆ ଶିବିରକୁ ସଂଯୋଜନା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ ଆଇପିଇ ମହେନ୍ଦ୍ର କୁମାର ପଣ୍ଡା। ପ୍ରଶିକ୍ଷକ ଭାବରେ କଳାହାଣ୍ଡି ଆରଟିଓ, ଅଧ୍ୟାପକ ମୋହନ ଚରଣ ବିଶି, ଅଧ୍ୟାପକ ସଞ୍ଜୟ ପୁରୋହିତ, ଅଧ୍ୟାପକ ଶାନ୍ତନୁ ପରିଡ଼ା, ଡ଼ଃ. ଜୟନ୍ତୀ ନାୟକ, ପ୍ରକାଶ ନିଶଙ୍କ, ଯୁବ ଲେଖକ ଡିଲେଶ୍ବର ରଣା, ବିଜୟାନନ୍ଦ ହୋତା, ସଞ୍ଜୟ ମିଶ୍ର, ଜେଆରସିଓ ନାରାୟଣ ପ୍ରଧାନ ଉପସ୍ଥିତ ସ୍ବେଚ୍ଛାସେବୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶିକ୍ଷୟତ୍ରୀ ଶ୍ୱେତଳିନ ପ୍ରଧାନ ନିଜ ଅନୁଭୂତି ବଖାଣି ଥିଲେ। ଏ ଉପଲକ୍ଷେ ଶିବିରାର୍ଥି ମାନଙ୍କୁ ନେଇ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ନମିତା ରଣା, ଶିକ୍ଷକ ବିଷ୍ଣୁ ଗଉଡ଼, ରାମ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.