ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ବ୍ଳକ ସାକ୍ଷରତା ମିଶନ ପ୍ରାଧିକରଣ ଜୟପାଟଣା ପକ୍ଷରୁ ଆଜି ରେଙ୍ଗାଲପାଲି ଉନ୍ନିତ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ପଢନା ଲିଖନା ସଚେତନତା ରଥ ବିଭିନ୍ନ କ୍ଳଷ୍ଟରକୁ ବୁଲି ୧୫ ବର୍ଷ ରୁ ଉର୍ଦ୍ଧ ରେ ଥିବା ଅଣ ସାକ୍ଷର ଓ ନବ ସାକ୍ଷର ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଗାଁ ଗାଁ ସଚେତନତା କରାଯାଉଛି । ଏହି କ୍ରମରେ ରେଙ୍ଗାଲ ପାଲି ଉନ୍ନିତ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ପ୍ରକାଶ ଚାନ୍ଦ, ଉପାଧ୍ୟକ୍ଷା ଜାନକୀ ବାଣୁଆ, ଗୋଷ୍ଠୀ ସାଧନା କେନ୍ଦ୍ର ଶିକ୍ଷାଧିକାରୀ ଧରମା ପ୍ରଧାନ,ରେଙ୍ଗାଲ ପାଲି ସରପଂଚ ଐଶ୍ୱର୍ଯ୍ୟ କୁମାର ଦାସ ଉପସ୍ଥିତ ରହି ସଭାରେ ଅଂଶ ଗ୍ରହଣ କରିଥିଲେ ।
ଏହି ସଚେତନତା ରଥକୁ ଆନୁଷ୍ଠାନିକ ଭାବରେ ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ରେଙ୍ଗାଲ ପାଲି ଉନ୍ନିତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ ନାଏକଏହି କାର୍ଯ୍ୟକ୍ରମଟି କୁ ପରିଚାଳନା କରିଥିବା ବେଳେ ରେଙ୍ଗାଲ ପାଲି କ୍ଳଷ୍ଟର ସଂଯୋଜକ ରାମାକନ୍ତ ମାଝୀ ତଥା ବିଭିନ୍ନ କ୍ଳଷ୍ଟରରୁ ଆସିଥିବା ସଂଯୋଜକ, ପ୍ରେରକ ସେଚ୍ଛାସେବୀ, ଶିକ୍ଷକ ଓ ଅବିଭାବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହାର ମୂଳ ଉଦ୍ଦେଶ୍ୟ ଦେଶର ସ୍ବାକ୍ଷରତା ବୃଦ୍ଧି କରିବା, ବ୍ୟବହାରିକ ଶିକ୍ଷା ଏବଂ ଉନ୍ନତ ମାନର ଜୀବନ ଧାରଣ କରିବା ପାଇଁ ଏହି ପଢନା ଲିଖନା ଅଭିଯାନ ସଫଳ ରୂପାୟନ ହେବ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।