କଟକ ଜିଲ୍ଲା ଇପିଏଫ୍ ପେନସନରସ୍ ଆସୋସିଏସନ୍ ର ଜିଲ୍ଲା କମିଟି ବୈଠକ

କଟକ: କଟକ ଖାନନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ କଟକ ଜିଲ୍ଲା ଇପିଏଫ୍ ପେନସନରସ୍ ଆସୋସିଏସନ୍ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ବିନୋଦ ବେହେରା ପୂର୍ବ ସଭା ବିବରଣୀ ଓ ଆୟ ବ୍ୟୟ ସମୀକ୍ଷା ପାଠ କରିଥିଲେ । ବୈଠକରେ ସର୍ବନିମ୍ନ ପେନସନ ମାସିକ ୯ହଜାର ଟଙ୍କା ସହ ସ୍ବାସ୍ଥ୍ୟ ବୀମା ଅବିଳମ୍ବେ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବି କରାଯାଇଥିଲା ଓ ପୁରୀ ଠାରେ ଆସନ୍ତା ଏପ୍ରିଲ୍ ୪ ଓ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ରାଜ୍ୟ ସମ୍ମିଳନୀର ସଫଳତା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ ବୁଲେଇ ବେହେରା ଓ ଶତ୍ରୁଘ୍ନ ପ୍ରଧାନ, ବିଜୟ କୁମାର ସ୍ବାଇଁ, ରତନ ଲେଙ୍କା, ବିଜୟ କେତନ ସ୍ୱାଇଁ, ଅଲେଖ ଚରଣ ରାଉତ, ଆଦିତ୍ୟ କୁମାର ପଟ୍ଟନାୟକ, କ୍ଷେତ୍ରବାସୀ ପାତ୍ର, ବିପିନ ବିହାରୀ ଦାସ, କାଳୀ ପ୍ରସାଦ ପ୍ରଧାନ, ବିପିନ ରାୟ, ସୁରେଶ ତରାଇ, ପ୍ରମୋଦ ତ୍ରିପାଠୀ, ମୁରଲୀ ବେହେରା, ଇନ୍ଦ୍ରଜିତ ନାଥ, କେଦାରନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.