କବିତା: ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ

ଭାରତ ମାତାର କୋଳେ ଜନ୍ମିଛି
ଓଡିଶା ମାଟିକୁ ଛୁଇଁ
ଉତ୍କଳ ମାତାର ସନ୍ତାନ ମୁହିଁ
ଓଡିଶା ମୋ ଜନ୍ମ ଭୂଇଁ ।।

Omkar Vasthu
Omkar Vasthu

ଫୁଟିଛି ଉତ୍କଳ ଭାଷା କମଳିନୀ
ସଭିଁଙ୍କୁ ମିଳୁ ଭାଷା ପ୍ରୀତି
ପୂର୍ଣ୍ଣ ହେଉ ଆଶା ସ୍ମାର୍ଟ ଓଡିଶା
ଲହରୀ ଉଠୁ ଓଡିଶା ଜ୍ୟୋତି ।।

Pearl dental clinic
Near Ashish Medical Store, Bhawanipatna

ଧନ୍ୟ ଏ ଓଡିଶା ଧନ୍ୟ ତା ଭାଷା
ଧନ୍ୟ ଏ ପୂଣ୍ୟ ନୀଳାଚଳ
ଏ ଦେଶ ନେତା ସ୍ୱୟଂ ଜଗନ୍ନାଥ
ଉତ୍କଳ ଭୂଇଁ ଆଜି ଚଳଚଞ୍ଚଳ ।।

Udyog Nursery
Udyogi Nursery

ଉତ୍କଳ ଭୂଇଁ ଗର୍ବେ ଆଜି ପ୍ରକମ୍ପିତ
ନିଜକୁ ଆମେ ଭାଗ୍ୟ ମଣିବା
କେତେ ପୂର୍ବପୁରୁଷ ଦେଲେ ବଳିଦାନ
ଯଶ ଅରଜିବା ତାଙ୍କ ଭଳିକା ।।

ଓଡିଶୀ ନୃତ୍ୟ ଶୋଭା ରାଜି ଚମକୁଛି
ଏ ଉତ୍କଳ ଭୂଇଁ ପରମ୍ପରା ସାଜି
ଏକାମ୍ରକ୍ଷେତ୍ର ପାଲଟିଛି ଆମ ରାଜଧାନୀ
ଭୁବନେଶ୍ୱର ଏ ଉତ୍କଳ ଭୂଇଁ ବାଜି ।।

✍🏾ତ୍ରିନାଥ ପଟ୍ଟନାୟକ


ଅଧ୍ୟାପକ ତଥା କବି
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.