ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗ୍ରାମପଞ୍ଚାୟତ ମୁଣ୍ଡାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ସୁନ୍ଦର ସାହୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍କଳ ଦିବସର ଗୁରୁତ୍ବ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସହକାରୀ ଶିକ୍ଷକ ବିଭୁତି ଭୂଷଣ ହରିଜନ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜ୍ଞାପନ କରିବା ସହିତ ଉତ୍କଳ ଦିବସ ପାଳନର ମହତ୍ୱ, ଉତ୍କଳର ଗର୍ବ ଗୌରବ, ଏହାର ଇତିହାସ ଓ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ ।