ଆରମ୍ଭ ହେଲା ଭକ୍ତି ଆଉ ବିଶ୍ୱାସର ପର୍ବ କାମନା ଦଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତି ଓ ବିଶ୍ୱାସର ପର୍ବ କାମନା ଦଣ୍ଡ ଆରମ୍ଭ ହେଇଛି । ତେବେ ଗତ ଦୁଇବର୍ଷର କରୋନା କଟକଣା ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ ଥିବାବେଳେ ଚଳିତବର୍ଷ ଏହି କଟକଣା ଉଠିଥିବାରୁ ତେର ଭୋକ୍ତା, ଭକ୍ତ ଏବଂ କଳାପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେର ଦିନ ଧରି ତେରବର୍ଷ ଯାଏଁ ହେଉଥିବା ଏହି କାମନା ଦଣ୍ଡଟି ମ.ରାମପୁର ତଳସାଗରପଡ଼ାରେ ଆଜକୁ ପ୍ରାୟ ଶହେବର୍ଷ ତଳେ ଆରମ୍ଭ ହେଇଥିଲା । ପରେ ବୁରାଟ, ଶୁଣ୍ଢିପଡ଼ା, ଆମ୍ବଗାଁ ବାବୁପଡ଼ା, ଆମ୍ବ ଗାଁ ଖମାରପଡ଼ା, କଲୋନୀପଡ଼ା, ଉଲୁରୂପୀ, ପଣ୍ଡକାମାଲ, ବମକ, ମଦନପୁର, ସିର୍କିହେଜୁ, ମୋହନଗିରୀ ଆଦି ଅଞ୍ଚଳରେ ଆରମ୍ଭ ହେଇଥିଲା । ଆଜିଠାରୁ ଆରମ୍ଭ ହେଇ ତେର ଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି ଦଣ୍ଡ, ତେର ଦିନ ମେରୁପୁଜା, ତା’ ପରଦିନ ପଣା ସଂକ୍ରାନ୍ତି ଏବଂ ତା’ପର ଦିନ କାଳୀପୂଜା ସହିତ ସମାପନ ହେଇଥାଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.