ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର ବଡଧାରପୁର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତିନୋଟି ମାଲ ବୋଝେଇ ଟ୍ରକ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସେହିପରି ଅନ୍ୟ ଦୁଇ ଗୋଟି ଟ୍ରକର ଡ୍ରାଇଭର ଏବେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଭାବେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତିନୋଟି ଟ୍ରକ ମାଲ ବୋଝେଇ କରି ଯାଉଥିବା ବେଳେ ଦୁଇ ଗୋଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ଅନ୍ୟ ଗୋଟିଏ ଟ୍ରକ ଆସି ଧକ୍କା ହୋଇଥିଲା । ଫଳରେ ଦୁଇ ଗୋଟି ଟ୍ରକ ସାମ୍ନା ପଟୁ ଚୁରମାର ହୋଇଯାଇଥିବା ବେଳେ ଏଥିରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । (ସିଜି ୦୪- ଏମକିୟୁ -୪୬୭୭) ଟ୍ରକର ମୃତ ଡ୍ରାଇଭରଙ୍କର ନାମ ହରେକୃଷ୍ଣ ବିଶି ଏବଂ ସେ ଖରିଆର ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।