ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ପବିତ୍ର ଉତ୍କଳ ଦିବସ ଓ ବିଦ୍ୟାରମ୍ଭ ପୂଜନ ଅବସରରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଇଯାଇଛି । ପ୍ରଧାନାଚାର୍ଯ୍ୟ ପବିତ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯଜ୍ଞ ଗାୟତ୍ରୀ ପରିବାର ମ.ରାମପୁର ତରଫରୁ ଆୟୋଜିତ ହେଇଥିଲା । ଛାତ୍ରଛାତ୍ରୀମାନେ ଯଜ୍ଞରେ ଉପସ୍ଥିତ ରହି ବିଦ୍ୟାରମ୍ଭ କରିଥିବାବେଳେ ଉତ୍କଳ ଦିବସରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଗୁରୁଜୀ ସରୋଜ କୁମାର ଘଢେଇ, ସୂର୍ଯ୍ୟସେନ ମହାଖୁଡ଼, ସୁମନ୍ତ ସ୍ୱାଇଁ, ସୁବାସଚନ୍ଦ୍ର ବଗର୍ତ୍ତୀ, ଗୁରୁମା ସସ୍ମିତା ସାହୁ, ଝରଣା ପୁଝାରୀଙ୍କ ସମେତ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।