✍🏾ଡମ୍ବରୁଧର ବେହେରା
ମୁଁ ଓଡ଼ିଆ
ଘର ମୋ’ ଓଡ଼ିଶା
ଭାଷା ମୋର ଅଟେ ଓଡ଼ିଆ
କହିବାକୁ ଲାଗେ ବଢିଆ
ହେଲେ କାହିଁ ଆଜି ଲାଗୁଛି
ମୋତେ ଅଡ଼ୁଆ ଅଡ଼ୁଆ….
ମୁଁ ଓଡ଼ିଆ…….
ମୁଁ ଓଡ଼ିଆ…….
ସକାଳ ପଖାଳ
ଭଲ ଲାଗୁ ନାହିଁ
ଲାଗୁଛି ବରଗର
ଫ୍ରିଜ ପିଜା ବଢିଆ
ମୁଁ ଓଡ଼ିଆ
ମୁଁ ଓଡ଼ିଆ…….
ବିଦେଶର ଭାଷା
ପରଦେଶୀ କଥା
କରୁଛି ମନକୁ ଉଚ୍ଛନ୍ନ
ତଥାପି କରେ ମୁଁ ସ୍ମରଣ
କରେ ନାହିଁ କାହାରି
ଅନୁକରଣ
ମୁଁ ଓଡ଼ିଆ…….
ମୁଁ ଓଡିଆ…….
ହିନ୍ଦୀର ଶାୟରୀ,
ଇଂରାଜୀ ପୋଏଟ୍ରି,
କରେ ମୁଁ ନିତି କ୍ରିଏଟ
ମୁଁ ନିଜକୁ ନିଜେ ଭାବେ ଗ୍ରେଟ
ମୁଁ ଓଡ଼ିଆ
ମୁଁ ଓଡ଼ିଆ
ଲାଜ ଲାଗେ ଆଜି
କହିବାକୁ ନିଜେ ବଢିଆ
ମୁଁ ଓଡ଼ିଆ
ମୁଁ ଓଡ଼ିଆ……।।