ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ କାମଠଣା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଶିକ୍ଷୟିତ୍ରୀ ଭାରତୀ ପତିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ସାରଙ୍ଗଧର ମୁଣ୍ଡ, ହୃଷୀକେଶ ନାଏକ, ମୁଖ୍ୟ କିରାଣୀ ଗଣେଶ ପୁଝାରୀ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ସନ୍ତୋଷ ରଥ ମଞ୍ଚ ପରିଚାଳନା କରିଥିଲେ । ସିଆରସିସି ହେମକାନ୍ତ ନାଏକ ଓ ସିଆରସିସି ସୁବାଷ ଦାଶ ଏହି ସଭାର ଆୟୋଜନ କରିଥିଲେ । ଏହି ସଭାରେ ଭବାନୀପାଟଣା ବ୍ଲକର ସମସ୍ତ ସିଆରସିସି, ବିଭିନ୍ନ ବିଦ୍ୟାଳୟରୁ ସମସ୍ତ ପ୍ରଧାନଶିକ୍ଷକ ତଥା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ଭାରତୀ ପତିଙ୍କ ଉତ୍ତରତୋର ଜୀବନ ମଙ୍ଗଳମୟ ହେଉ ବୋଲି ସମସ୍ତେ କାମନା କରିଥିଲେ ।