ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଏବେ ଖରା ଚାଳିଶ ଡ଼ିଗ୍ରୀ ଉପରେ ରହୁଥିବାବେଳେ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି । ଖରାଦିନକୁ ପାଣି ଯଦି ନ ମିଳେ, ତେବେ କିଭଳି ପରିସ୍ଥିତି ସୃଷ୍ଟି ହେଉଥିବ ତାହା ସହଜରେ ଅନୁମେୟ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମାଣିକେରା ଗ୍ରାମ ପଞ୍ଚାୟତର ଉପରନୂଆଗାଁରେ ଥିବା ସୋଲାର ଅଚଳ ହେଇଯିବା ଫଳରେ ପାଣିପାଇଁ ଡ଼ହକ ବିକଳ ହେଉଛନ୍ତି ଗ୍ରାମବାସୀ । ଏହା ଗତ ପ୍ରାୟ ପଚିଶି ଦିନରୁ ବେଶୀ ସମୟ ହେଲାଣି ଅଚଳ ହେଇପଡ଼ିଥିବାବେଳେ କେହି ଏମାନଙ୍କ କଥା ଶୁଣୁଥିବା ଜଣାଯାଇଛି । ଏକଶହରୁ ଉର୍ଦ୍ଧ୍ୱ ପରିବାର ଏହି ପାଣି ଉପରେ ନିର୍ଭର କରୁଥିବାବେଳେ ଏହା ଅଚଳ ହେଇପଡ଼ିବା ଏବଂ ଏଥିପ୍ରତି କେହି ଦୃଷ୍ଟି ନଦେବା ଘୋର ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ପ୍ରଶାସନ ଶିଘ୍ର ଏହି ସମସ୍ୟାର ସମାଧାନ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।