ହେଲପର ମୃତ, ଡ୍ରାଇଭର ଆହତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗୋହୀରାପଦର ଆଗକୁ ଥିବା ରେଳବାଇ ଗେଟ ଫାଟକ ନିକଟସ୍ଥ ଏକ ଝୁଲାରେ ବରଗଡରୁ କୁଣ୍ଡା ନେଇ ବିଶାଖାପାଟଣା ଯାଉଥିବା ଏପି-୩୯ ଟି ୯୬୬୬ ନମ୍ବର ଏକ ଟ୍ରକ ଆଜି (୨ଅପ୍ରେଲ ଶନିବାର) ଦୁର୍ଘଟଣା ଗ୍ରସ୍ତ ହୋଇଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଜଣାପଡେ ଯେ, ଅନିଦ୍ରା କାରଣରୁ ଡ୍ରାଇଭରର ଆଖି ଲାଗି ଯାଇଥିବା ହେତୁ ଟ୍ରକଟି ରାସ୍ତା ପାଶ୍ୱସ୍ଥ ଝୁଲା (ବଡ ଗର୍ତ୍ତ)ରେ ଖସି ପଡିଥିବା ଜଣାପଡିଛି । ଘଟଣା ସ୍ଥଳରେ ହେଲପରର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆଘାତ ପ୍ରାପ୍ତ ହୋଇଛନ୍ତି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବାସହ ପୋଲିସ ଉପସ୍ଥିତିରେ ଟ୍ରକର କାଚ ଭାଙ୍ଗି ମୃତ ହେଲ୍ପରକୁ ଉଦ୍ଧାର କରିଥିବା ଜଣାପଡିଛି ।