ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ହିନ୍ଦୁ ନବବର୍ଷ ତଥା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା କମିଟୀର ସଭାପତି ଅଶ୍ୱିନୀ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ମ.ରାମପୁର ସରପଞ୍ଚ ବୀଣାପାଣି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଅବସରରେ ଅତିଥିମାନେ ଆଜିର ପବିତ୍ର ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରିଚାଳନା କମିଟୀର ସଂପାଦକ ରଜନୀକାନ୍ତ ମହାଖୁଡ଼, କଳାହାଣ୍ଡି ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ତଥା ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର ମଞ୍ଚାସୀନ ରହିଥିବାବେଳେ ପ୍ରଧାନାଚାର୍ଯ୍ୟ ପବିତ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୁରୁଜୀ ସୂର୍ଯ୍ୟସେନ ମହାଖୁଡ଼ କାର୍ଯ୍ୟକ୍ରମ ପରିଚାଳନା ଓ ସରୋଜ ଘଡ଼େଇ ଧନ୍ୟବାଦାର୍ପଣ କରିଥିଲେ । ଅନ୍ୟ ଗୁରୁଜୀ/ଗୁରୁମା ସହଯୋଗ କରିଥିଲେ ।