ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ଠାରେ ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଆନୁକୂଲ୍ୟରେ ହିନ୍ଦୁ ନବ ବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି । ବେହେରା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିଥିଲା । ହିନ୍ଦୁ ସଭ୍ୟତାରେ ଆଜିର ଦିନକୁ ନବବର୍ଷ ଆକାରରେ ଗ୍ରହଣ କରିବା କଥା, ହିନ୍ଦୁ ସଭ୍ୟତା ମହାନ, ଗୋରୁଗାଈଙ୍କ ପ୍ରତି ଯତ୍ନ ନେବା ସହିତ ପରିମଳ ବ୍ୟବସ୍ଥାକୁ ସୁଦୃଢ କରବା ନେଇ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା । ଏନେଇ ଆୟୋଜିତ ଭବ୍ୟ ସମାରୋହରେ ବେହେରା ସରପଞ୍ଚ କୁମୁଦିନି ଗଇନ୍ତା ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଶୋଭାଯାତ୍ରାର ଉଦଘାଟନ କରିଥିଲେ । ମାରଓ୍ବାଡି ମହିଳା ସମ୍ମେଳନ ସଭାନେତ୍ରୀ ସୁଶୀଳା ଅଗ୍ରୱାଲ, ସମ୍ପାଦିକା ବନ୍ଦନା ଅଗ୍ରୱାଲ, ଗାୟତ୍ରୀ ଅଗ୍ରଓ୍ୱାଲ, ସୁମିତ୍ରା ଅଗ୍ରଓ୍ୱାଲ, କାନ୍ତା ଦେବୀ ଅଗ୍ରଓ୍ୱାଲ, ରାଜ କୁମାରୀ ଅଗ୍ରଓ୍ୱାଲ ସମେତ ଗ୍ରାମର ଶତାଧିକ ମହିଳା ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।