ଝାମୁଯାତ୍ରା ଯାଏଁ ପ୍ରତିଟି ଅକୁହାକଥା ଥୋଇବ ଓଡ଼ିଆ ବାର୍ତ୍ତା
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତି ଓ ବିଶ୍ୱାର ପର୍ବ କାମନା ଦଣ୍ଡ ଆରମ୍ଭ ହେଇଛି । ତେର ଦିନ ଧରି ତେରବର୍ଷ ଯାଏଁ ହେଉଥିବା ଏହି କାମନା ଦଣ୍ଡଟି ମ.ରାମପୁର ତଳସାଗରପଡ଼ାରେ ଆଜକୁ ପ୍ରାୟ ଶହେବର୍ଷ ତଳେ ଆରମ୍ଭ ହେଇଥିଲା । ତେର ଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି ଦଣ୍ଡ, ତେର ଦିନ ମେରୁପୁଜା, ତା ପରଦିନ ପଣା ସଂକ୍ରାନ୍ତି ଏବଂ ତାପର ଦିନ କାଳୀପୂଜା ସହିତ ସମାପନ ହେଇଥାଏ । ଏଥର ଆମେ କମନା ଦଣ୍ଡର ମହାକଭରେଜ୍ ଆରମ୍ଭ କରୁଛୁ, ଝାମୁଯାତ୍ରା ଶେଷ ହେବା ଯାଏଁ ପ୍ରତିଟି ଅକୁହାକଥାକୁ ଆପଣଙ୍କ ସାମ୍ନାରେ ଥୋଇବୁ ।
କାମନା ଦଣ୍ଡର ବନ୍ଦାଣ ପର୍ବ
ତେର ଦିନ ଧରି ହେଉଥିବା ଏହି କାମନା ଦଣ୍ଡ ପ୍ରତିଦିନ ଅଲଗା ଅଲଗା ଭକ୍ତଙ୍କ ଅଗଣାରେ ସମାପନ ହେଇଥାଏ । ଯୋଉମାନେ ବିଭିନ୍ନ ମାନସିକ କରିଥାନ୍ତି ଏବଂ ଫଳ ପାଇଥାନ୍ତି, କିମ୍ବା ମାଁଙ୍କ କରୁଣା ଆଶା କରିଥାନ୍ତି ସେମାନେ ଏହି ବ୍ରତ ପାଇଁ ଆମନ୍ତ୍ରଣ କରିଥାନ୍ତି । ପ୍ରତିଦିନ ଦାତାଙ୍କ ଘରକୁ ଏହି ତେର ଭକ୍ତା ଛତର, ଚାମର, ହର ଗୌରୀ ପରି ମାଁଙ୍କୁ ଧରି, ଢୋଲ, ଘଣ୍ଟ, ଭେରୀ, ତୁରୀର ତାଳେ ତାଳେ ପ୍ରଥମେ ସକାଳୁ ଯାଇ ବନ୍ଦାଣ ପର୍ବ ପାଇଁ ଯାଇଥାନ୍ତି । ମାଁଙ୍କୁ ଉକ୍ତ ପରିବାର ତରଫରୁ ସ୍ୱାଗତ କରାଯିବା ପରେ ବୀଣାକାର ଏହି କାମନା ଦଣ୍ଡର ନିୟମାବଳୀଠାରୁ ଆରମ୍ଭ କରି ଏହି ଦଣ୍ଡବ୍ରତର ଫଳାଫଳ ସହିତ ଦିନ ଯାକ ହେବାକୁ ଥିବା ବିଭିନ୍ନ ପୂଜାବିଧି ସଂପର୍କରେ ଗୀତ ଗୀତରେ ସୂଚନା ଦେଇଥାନ୍ତି । ବନ୍ଦାଣ ଗୀତ ଗାଇ ସାରିବା ପରେ ଦାତାଙ୍କ ଘର ତରଫରୁ ନିର୍ଦ୍ଧାରିତ ଆଶ୍ରୟସ୍ଥଳୀ (ମନ୍ଦିର,ଗଛ ତଳ) ଗୁଡ଼ିକରେ ସାମୟିକ ଭାବରେ ବିଶ୍ରାମ କରନ୍ତି ତେର ଭକ୍ତା । (କ୍ରମଶଃ….)