ସିନାପାଲିରେ ହିନ୍ଦୁ ନବ ବର୍ଷ ପାଳିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ହାତିବନ୍ଧା ଠାରେ ସାମୁହିକ ଭାବରେ ମହାସମାରୋହରେ ହିନ୍ଦୁ ନବ ବର୍ଷ ପାଳନ କରାଯାଇଛି । ଏହି କ୍ରମରେ ପ୍ରାତଃରେ ଉଦିୟମାନ ସୂର୍ଯ୍ୟଦେବଙ୍କୁ ସାମୁହିକ ଅର୍ଘ୍ୟ ଦାନ କରାଯାଇଥିଲା । ଅପରାହ୍ନରେ ସ୍ଥାନୀୟ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ତଥା ସ୍ଥାନୀୟ ଶତାଧିକ ମହିଳା ପୁରୁଷ ସାମିଲ ହୋଇ ନଗର ପରିକ୍ରମା କରିଥିଲେ । ଏହି ନଗର ପରିକ୍ରମାରେ ହାତିବନ୍ଧା ଗାୟତ୍ରୀ ପ୍ରଜ୍ଞା ପୀଠ, ଶ୍ରୀଗଣେଶ ଅନୁଷ୍ଠାନର ଘଣ୍ଟ ବାଦ୍ୟ, ସଂକୀର୍ତ୍ତନ ପ୍ରଭୃତି ସାମିଲ ଥିଲେ । ଗ୍ରାମର ପ୍ରତି ଘର ସମ୍ମୁଖରେ କଳସ ସ୍ଥାପନ କରି ହିନ୍ଦୁ ନବବର୍ଷ ପାଳନ କରାଯାଇଥିଲା । ସେହିପରି ସିନାପାଲି ସଦରରେ ମଧ୍ୟ ହିନ୍ଦୁ ନବ ବର୍ଷ ପାଳନ ସମିତି ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି । ସିନାପାଲି ଉଦନ୍ତୀ ୟୁଥ କ୍ଲବ, ଶିଶୁ ବିଦ୍ୟା ମନ୍ଦିର, ସମେତ ସ୍ଥାନୀୟ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅଂଶ ଗ୍ରହଣ କରି ସାମିଲ ଥିଲେ । ସେହିପରି ସିନାପାଲି ଅଞ୍ଚଳର ବିଭିନ୍ନ ଗ୍ରାମ ଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ହିନ୍ଦୁ ନବ ବର୍ଷ ମହା ସମାରୋହରେ ପାଳନ କରାଯାଇଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.