ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡୋଙ୍ଗରିଗୁଡା ଇନ୍ଦ୍ରାବତୀ ହାଇସ୍କୁଲରେ ଶୁକ୍ରବାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ମୁଣ୍ଡ, ସମ୍ମାନିତ ଅତିଥି ରୂପେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଅନିରୁଦ୍ଧ, ଅଶୋକ ଭୋଇ କେତନ ପାତ୍ର ପରମେଶ୍ବର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।