କବିତା: ମନର ଆଳାପ

 

ମନ, ମୋ ମନକୁ କହିଲା,
ତୁ, ନା ନିଜକୁ ଭଲ ପାଉଛୁ
ନା, ମୋତେ ଭଲ ପାଉଛୁ

Omkar Vasthu
Omkar Vasthu

ଖୋଜି ବୁଲୁଛୁ ବାହାରେ, କିଏ ମୋତେ ଭଲ ପାଆନ୍ତା କି?
ଗେଲ, କୋଳ, ଚୁମା, ଆଲିଙ୍ଗନ କରନ୍ତା କି?
ମୋ ପାଖେ ବସନ୍ତା କି?
ମୋ କଥା ଶୁଣନ୍ତା କି?

Pearl dental clinic
Near Ashish Medical Store, Bhawanipatna

ସ୍ଥାବର, ସମ୍ମାନ, ସ୍ଵୀକୃତି, ପଦବୀରେ ତୁ ମତୁଆଲ୍
ପାଇଲି, ହରାଇଲିରେ ସଂସାର
ଦେଲି ନେଲି ରେ ମ୍ରିୟମାଣ

Udyog Nursery
Udyogi Nursery

ଦେଖ, ମୁଁ ଖାଲି ତୋ ସାଙ୍ଗରେ ଅଛି
ତୋ କଥା ଭାବୁଛି
ତୋତେ ଦେଖୁଛି
ତୋ କଷ୍ଟ ଜାଣିଛି
ତୁ, ଶୋଇଲେ ଜଗୁଛି
ତୋତେ କଷ୍ଟ ହେଲେ, ମୁଁ କଷ୍ଟ ପାଉଛି
ତୁ ହାରିଲେ, ମୁଁ ହାରୁଛି
ଏଇ ମୋର ଦୁଃଖ

ମୁଁ, ତୋତେ ନେଇ ବଞ୍ଚି ଆସିଛି
ତୁ, ମୁଁ ଯେ, ତୋ ସହିତ ଅଛି, କେବେ ଭାବି ପାରୁନୁ

ଏ ମନ,
ଆ, ମୋ ସାଙ୍ଗେ କଥା ହୁଅ
ମୋତେ ଟିକେ ଦେଖ, ଶୁଣ, ଆଉ ମୋତେ ଭଲ ପା
ଦେଖିବୁ, ଭରିଦେଵି, ପ୍ରେମରେ, ତୋର ସଂସାର

ଆଉ ରହିବୁନି
ସ୍ଥାବର, ସମ୍ମାନ, ସ୍ଵୀକୃତି, ପଦବୀରେ ହୋଇ ମାତୁଆଲ
ପାଇଲି, ହରାଇଲିରେ ସଂସାର,
ଦେଲି ନେଲି ରେ ନହେବୁ ମ୍ରିୟମାଣ,

ଏ ମନ, ମୋତେ, ତୁ ଟିକେ ଭଲପା ।।

✍🏾ଡୁଇଟ୍ ଡେଭିଡ ଫିଲିପ


ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.