ହୁତ୍ ହୁତ୍ ହୋଇ ଜଙ୍ଗଲ ଜଳୁଛି
ନାହିଁ ତ ନିଘା କାହାର
ବନ ବିଭାଗଟା ଥଣ୍ଡା ହାୱା ଖାଇ
ଶୋଇଛି ଅଚିନ୍ତେ ଘର ।।
ଜଙ୍ଗଲ ପୋଡୁକି ପଶୁ ପକ୍ଷୀ ପୋଡୁ
ବୋପାର ଯାଉଛି କିସ
କାଠ ମାଫିଆ ଯେ ଭଲରେ ଥାଆନ୍ତୁ
ହପ୍ତାକୁ ମିଳିବ ଭଲ ।।
ରକ୍ଷକ ହୋଇକି ଭକ୍ଷକ ହେଲେ କି
ଜଙ୍ଗଲ ରହିବ ଭଲ
ରାଇଜଟା ସାରା ଏମିତି ଚାଲିଛି
ଆଇନି କେଡ଼େ ସୁନ୍ଦର ।।