୨ଜଣ ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଲେ ଭାରତୀୟ ସେନା

ଓଡ଼ିଆ ବାର୍ତ୍ତା/ ଇଟାନଗର: ଅରୁଣାଚଳ ପ୍ରଦେଶରେ ଦୁଇଜଣ ସ୍ଥାନୀୟ ଲୋକଙ୍କୁ ସେନା ଗୁଳି ଚଳାଇଛି । ସେନା ସୂତ୍ରରୁ ପିଟିଆଇ ରିପୋର୍ଟ କରିଛି ଯେ ଏହି ଘଟଣା ଚାସା ଗ୍ରାମରେ ଘଟିଛି । ଏହି ଦୁଇ ଜଣ ନୋକଫ୍ୟା ୱାଙ୍ଗଦାନ (୨୮) ଏବଂ ରାମୱାଙ୍ଗ ୱାଙ୍ଗସୁ (୨୩) ବୋଲି ଜଣା ପଡିଛି । ଦୁହେଁ ନଦୀରୁ ମାଛ ଧରି ଫେରିବା ସମୟରେ ଏହି ଘଟଣା ଘଟିଛି । ଭୁଲ୍ ସୂଚନା ହେତୁ ଏପରି ହୋଇଛି ମାମଲା ବୋଲି ସେନା ସୂତ୍ରରୁ ପ୍ରକାଶ । ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ, ଆହତମାନଙ୍କ ମଧ୍ୟରୁ ଜଣଙ୍କର ହାତରେ ଏବଂ ଅନ୍ୟର ଆଙ୍ଗୁଠିରେ ଗୁଳି ବାଜିଛି । ଏମ୍‌ଏଚ୍‌ସି ଅଧୀକ୍ଷକ ପ୍ରଶାନ୍ତ ଡିହିଙ୍ଗିଆ କହିଛନ୍ତି ଯେ ବର୍ତ୍ତମାନ ଉଭୟ ବିପଦରୁ ବାହାରେ ଅଛନ୍ତି । ଆହତଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିବା ଜଣେ ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି ଯେ ସେନାବାହିନୀ ଉଭୟଙ୍କ ଉପରକୁ ଗୁଳି ଚଳାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.