ଆରମ୍ଭ ହେଲା ଲାଞ୍ଜିଗଡ଼ର ମାଁ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ଠାରେ ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ରା ପର୍ବ ଚଇତ୍ର ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଠାରୁ ଆରମ୍ଭ ହୋଇଯାଇଛି । ଏହି ଘଣ୍ଟ ଯାତ୍ରା ପର୍ବ ୯ ଦିନ ପର୍ଯ୍ୟନ୍ତ ହୋଇଥାଏ । ଲାଞ୍ଜିଗଡ ଗ୍ରାମ ପଞ୍ଚାୟତ ଓ ବସନ୍ତପଡା ପଞ୍ଚାୟତ, ଜଗନ୍ନାଥପୁର ପଞ୍ଚାୟତ ମାଁ ଘଣ୍ଟ ବୁଢ଼ୀ ଠାକୁରାଣୀ ଘରକୁ ଘର ବୁଲି ଭୋଗ ଖାଇଥାନ୍ତି । ଗଜା ମୁଆଁ, ନଡ଼ିଆ, କଦଳୀ, ଭୋଗ କରାଯାଇଥାଏ । ଏହା ବ୍ୟତିରେକ ଯାହର ମାନସିକ ଥାଏ ସେମାନେ କୁକୁଡ଼ା, ବୋଦା, ପାରା ବଳି ଦେଇଥାନ୍ତି । ଏହି ଘଣ୍ଟ ଯାତ୍ରା ପର୍ବଟି ପ୍ରତି ବର୍ଷ ୯ ଦିନ ଧରି ଚାଲିଥାଏ । ଚଇତ୍ର ମାସ ତୃତୀୟା ଠାରୁ ଆରମ୍ଭ ହୋଇ ଦଶମୀ ତିଥି ପର୍ଯ୍ୟନ୍ତ ଚାଲିଥାଏ । ଜିଲ୍ଲା ତଥା ପଡୋଶୀ ରାୟଗଡା ଜିଲ୍ଲାର ଶ୍ରଦ୍ଧାଳୁ, ଭକ୍ତ ଓ ଜନସାଧାରଣ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.