ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାରେ ଅନୁଭୂତ ହେଲାଣି ଗ୍ରୀଷ୍ମର ପ୍ରକୋପ । ଗତ କିଛି ଦିନ ହେଲାଣି ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହୁଥିବା ବେଳେ ଏହା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସକାଳ ୮ ଘଟିକା ରୁ ସୂର୍ଯ୍ୟର ପ୍ରକୋପରେ ମୁଣ୍ଡ ଫଟା ଖରା ଜନ ଜୀବନ ଅସ୍ତ ବ୍ୟସ୍ତ କରୁଛି । ପ୍ରବଳ ଖରାରେ କ୍ରମବର୍ଦ୍ଧିଷ୍ଣୁ ଜଳକଷ୍ଟକୁ ଦୂର କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତ ସ୍କାଉଟ ଗାଇଡ ତରଫରୁ ଜଳ ସେବା ଶିବିର ଉଦ୍-ଘାପିତ ହୋଇ ଯାଇଛି । ନିକଟସ୍ଥ ଡାକ୍ତରଖାନା ସମ୍ମୁଖରେ ଆୟୋଜିତ ଏହି ଶିବିରକୁ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ଉଦଘାଟନ କରିଥିଲେ । ଅଧ୍ୟାପକ ଶରତ କୁମାର ସ୍ବାଇଁ , ବିଜୟ କୁମାର ସାହୁ ତଥା ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କ୍ରୀଡ଼ା ଶିକ୍ଷକ ତଥା ଭାରତ ସ୍କାଉଟ ରୋଭର ଲିଡର ସନ୍ତୋଷ କୁମାର ବାରିକ ଶିବିର ପରିଚାଳନା କରିଥିଲେ । ଭାରତ ସ୍କାଉଟ ରୋଭର ଓ ରେଞ୍ଜର ଛାତ୍ର ଛାତ୍ରୀମାନେ ଏହି ଶିବିର ପରିଚାଳନାରେ ସହାୟତା କରିଥିଲେ ।