ବାଇକ-ସ୍କୁଟି ଧକ୍କା: ଜଣେ ମୃତ, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ରବିବାର ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଲାଞ୍ଜିଗଡର ଯୁବ କପଡା ବ୍ୟବସାୟୀ ଦୀପକ ଗୁପ୍ତା(୩୮) ଲାଞ୍ଜିଗଡ଼ରୁ ତାଙ୍କ ସ୍କୁଟିରେ ଅମ୍ବାଦୋଳା ଯାଉଥିବା ସମୟରେ ଭାଟ୍ଟଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ ଧକ୍କା ହୋଇଥିଲା। ଧକ୍କା ଏତେ ଶକ୍ତ ଥିଲା ଯେ, ସ୍କୁଟି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ବାଇକ ଆରୋହୀ ଦୁଇଜଣ ଓ ଦୀପକ ଗୁପ୍ତା ଅଚେତ ହୋଇ ରାସ୍ତା ଉପରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଲାଞ୍ଜିଗଡ ପୁଲିସକୁ ଖବର ଦେଇଥିଲେ। ଲାଞ୍ଜିଗଡ ପୁଲିସ ସମସ୍ତଙ୍କୁ ଲାଞ୍ଜିଗଡ ଡାକ୍ତରଖାନାକୁ ପଠାଇଥିଲେ। ଚିକିତ୍ସା ସମୟରେ ସ୍କୁଟି ଆରୋହି ଦୀପକ ଗୁପ୍ତାଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ବାଇକ ଆରୋହୀ ଦୁଇ ଜଣଙ୍କ ଗୋଡ଼ ହାତ ଭାଙ୍ଗି ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଯୁବ କପଡା ବ୍ୟବସାୟୀ ଦୀପକ କୁମାର ଗୁପ୍ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଲାଞ୍ଜିଗଡ ସହରରେ ଥିବା ଦୋକାନୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଏକ କେଶ ନଂ୨୨/୨୨ରେ ରୁଜୁ କରି ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି। ଦୀପକ ଗୁପ୍ତା ଜଣେ ଅତ୍ୟନ୍ତ ସରଳ ସ୍ୱଭାବ ଓ ମେଳାପୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ଦୀପକଙ୍କ ପରିବାର ଭାଙ୍ଗି ପଡିଥିବାବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.