ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତି ପୀଠ ଠାରେ ଗତ୨ ଦିନ ଧରି ଆରମ୍ଭ ହୋଇଥିବା ଚୈତ୍ର ନବରାତ୍ର କାର୍ଯ୍ୟକ୍ରମ ପୂର୍ଣ୍ଣାହୁତି ସହ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ନବଦିନ ବ୍ୟାପୀ ଅଖଣ୍ଡ ମନୋସ୍କାମନା ଦୀପ ପ୍ରଜ୍ବଳନ କରିଥିବା ବେଳେ ପ୍ରତ୍ୟହ ସାମୂହିକ କପ, ଜାଗରଣ, ଆରତୀ, ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉଦ୍ଯାପନୀ ଉତ୍ସବ ଅବସରରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପାଳ ମେହେର ସପତ୍ନୀ, ଯୋଗେନ୍ଦ୍ର ମେହେର ସପତ୍ନୀ, ଜଗଦୀଶ ଗର୍ଜ ସପତ୍ନୀ, ନକୁଳ ମେହେର ସପତ୍ନୀ, ରମେଶ ପଟେଲ ସପତ୍ନୀ, ରିତେଶ ସାହୁ ସପତ୍ନୀ, ଅଭିରାମ ମେହେର ସପତ୍ନୀ, ରମେଶ ମେହେର ସପତ୍ନୀ, ବୀଣାପାଣି ମାଝୀ ସପତ୍ନୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ଯଥା ମୁଣ୍ଡନ, ବିଦ୍ୟାରମ୍ଭ, ପୁଂସବନ, କୁମାରୀବ୍ରତ ସହ ୯ ଜଣ କୁମାରୀ କନ୍ୟାଙ୍କ ପୂଜାର ଆୟୋଜିତ ହୋଇଥିଲା । ସିନାପାଲି ଗାୟତ୍ରୀ ପରିବାରର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଟୋଲି ଭାବରେ ତରୁଣ କୁମାର ମେହେର, ତ୍ରିନାଥ ମେହେର, ପ୍ରମୋଦ କୁମାର ଧୀବର ପୂଜକ ପୂର୍ଣ୍ଣଚନ୍ଦ୍ର ମେହେର ଦୟରାମ ମେହେର, ଲଖିଧର ମେହେର, ଲମ୍ବୋଦର ମେହେର, ରିପଧର ମେହେର, ସହାୟତା କରିଥିଲେ ।