ନୂଆପଡାରେ ଜମୁଛି ରାମ କଥା ଓ ରାବଣ ଦରବାର

ଓଡ଼ିଆ ବାର୍ତ୍ତା/ ନୂଆପଡା: ନୂଆପଡା ଜିଲ୍ଲା ସଦର ତେଲିପଡା ଠାରେ ଚୈତ୍ର ନବରାତ୍ରି ପ୍ରଥମ ଦିନ ଠାରୁ ରାମ କଥା ଆୟୋଜନ କରାଯାଇଛି । ଏହା ସାଙ୍ଗକୁ ସତସଙ୍ଗ ସାମ୍ନା ପଡିଆ ଠାରେ ଚାଲିଅଛି ରାବଣ ଦରବାର । ରାମ କଥା ଆୟୋଜକ ସମିତି ତେଲିପଡା ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଉତ୍ତର ପ୍ରଦେଶ ବୃନ୍ଦାବନରୁ ଆସିଥିବା ପଣ୍ଡିତ ଅଶୋକ ଭରଦ୍ୱାଜ ପ୍ରତେକ ସନ୍ଧ୍ୟା ୬ ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଗଣଙ୍କୁ ରାମ କଥା ପ୍ରବଚନ ଶୁଣାଉଛନ୍ତି । ପ୍ରବଚନ ପରେ ସମସ୍ତ ଭକ୍ତଙ୍କ ପାଇଁ ରାତ୍ରି ଭୋଜନର ବ୍ୟବସ୍ଥା ଆୟୋଜକ କମିଟି ତରଫରୁ କରାଯାଇଛି । ସେହିପରି ରାବଣ ଦରବାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି । ଦଶାନନ ରାବଣ ମହାରାଜଙ୍କ ଭୂମିକାରେ ଅଭିନୟ କରୁଛନ୍ତି ବଲାଙ୍ଗୀରର କଳାକାର ରବୀନ୍ଦ୍ର ସାହୁ । ତାଙ୍କ ନାଟକ ଦେଖିବାକୁ ଲୋକ ଆସୁଥିବା ବେଳେ ମହାରାଜ ରାବଣଙ୍କ ଲଙ୍କା ନଗରୀରେ ମିନା ବଜାର ପାଇଁ ଯୁବକ, ଯୁବତୀ, ଶିଶୁ ଓ ମହିଳା ମାନଙ୍କ ଭିଡ଼ ଜମୁଛି । ନନା ପ୍ରକାରର ମନୋରଞ୍ଜନ ଉପକରଣ, ସୁସ୍ୱାଦୁ ଖାଦ୍ୟ ଓ ଛୋଟ ଛୁଆ ମାନଙ୍କ ପାଇଁ ବିଭିନ୍ନ ଖେଳନା ଅସାରରେ ପଡିଆ ଜନସାଗର ପାଲଟି ଯାଉଛି ।

ଦୁଇ ବର୍ଷ ଧରି ନୂଆପଡାରେ କୋଭିଡ ମହାମାରୀ ଯୋଗୁଁ କୌଣସି କାର୍ଯ୍ୟକ୍ରମ ହୋଇ ନ ଥିଲା । ଏହି ରାମ କଥା ଓ଼ ରାବଣ ଦରବାର ଦେଖିବା ପାଇଁ ନୂଆପଡା ସମେତ ପଡୋଶୀ ଛତିଶଗଡ ଓ କୋମନା ବ୍ଲକ ତଥା ଆଖପାଖ ଅଂଚଳର ଲୋକ ମନୋରଞ୍ଜନ ପାଇଁ ଆସୁଛନ୍ତି । ତେଣୁ ବିଭିନ୍ନ ମହଲରୁ ଏହାକୁ ପ୍ରସଂଶା କରାଯାଉଛି । ରାବଣ ଦରବାର ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ରାମ କଥା ଓ ରାବଣ ଦରବାରରେ ମୁଖ୍ୟ ଅତିଥି ରୂପେ କଲାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ରୂପେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ ମଂଚାସୀନ ଥିଲେ । ଆଜି ପବିତ୍ର ରାମ ନବମୀରେ ରାମ କଥା ପ୍ରବଚନ ସମାପ୍ତ ହୋଇ ଯିବ । ଆୟୋଜକ କମିଟି ସଭାପତି ପ୍ରସନ୍ନ ପାଢ଼ୀ, ଉପ ସଭାପତି ସୁରେଶ ଅଗ୍ରୱାଲ, କୋଷାଧକ୍ଷ ଟାଙ୍କଧର ସାହୁ (ଟୁକୁ), ସଭ୍ୟ ମୁରଲୀ ସୁନା, ହରି ସାହୁ,‌ କୃଷ୍ଣ ସିଂ, ଉତ୍ତମ ସାହୁ, ଲୋକନାଥ ରଥ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରୁଛନ୍ତି ।

ରିପୋର୍ଟ: ମହେନ୍ଦ୍ର ବାଗ (ରାହୁଲ), ନୂଆପଡା ଜିଲ୍ଲା ପ୍ରତିନିଧି OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.