ମାପଖୋଲା ଜଙ୍ଗଲ ନିଆଁକୁ ଆୟତ୍ତ କଲେ ସରିଆଁ ଅନୁଷ୍ଠାନର ସଦସ୍ୟ ଓ ବନ ବିଭାଗ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧୀନସ୍ଥ ସରିଆଁ ମାପଖୋଲା ଜଙ୍ଗଲରେ ରବିବାର ରାତି ନିଆଁ ଲାଗିଯାଇଥିଲା । ଖବର ପାଇ ବନବିଭାଗ କର୍ମଚାରୀ ଓ ନିଆଁ ଲିଭା ଟିମର ଭବାନୀ ଶଙ୍କର ପରିଚ୍ଛା ଫରେଷ୍ଟ ଗାର୍ଡ କର୍ମଚାରୀଙ୍କ ନେତୃତ୍ୱରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇ ପାରିଥିଲେ । ଏହି ନିଆଁ ଲିଭେଇବା କାମରେ ସରିଆଁ ଗ୍ରାମର ଭାବନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭ୍ୟମାନେ ପରିଶ୍ରମ କରି ବନବିଭାଗକୁ ସହଯୋଗ କରିଥିଲେ । ଖାମାଖିଆଳି ମନୋଭାବ ନେଇ ଜଙ୍ଗଲରେ ନିଆଁ ଲଗେଇବା ଦାଇତ୍ୱହୀନ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇ ଗଲାଣି । ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ତରଫରୁ ଆମ ଜାତୀୟ ସମ୍ପତ୍ତି ଜଙ୍ଗଲରେ ନିଆଁ ନଲଗେଇବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହ ଏହି ଅବସରରେ କେନ୍ଦୁ ପତ୍ର ତୋଳାଳୀ ମା ଓ ଭାଇ ମାନଙ୍କୁ ସତର୍କତାର ସହ ନିଜ ଜୀବନ ଜୀବୀକା ପାଇଁ କେନ୍ଦୁପତ୍ର ତୋଳନ୍ତୁ ହେଲେ କୋଣସୀ ବି ପରିସ୍ଥିତିରେ ଜଙ୍ଗଲ ରେ ନିଆଁ ଲଗାନ୍ତୁ ନାହିଁ । ଏଥିରେ ଆମର ଆମ ଅଂଚଳର ଅନେକ କ୍ଷତି ହେଉଛି ବୋଲି ସଚେତନତା ସୃଷ୍ଟି କରିଥିଲେ । ରବିବାର ନିଆଁ ଲିଭା କାର୍ଯ୍ୟକ୍ରମରେ ସାନ୍ତପୁର ଫରେଷ୍ଟର ରତ୍ନାକର ଧାରୁଆ, ବୁରାଟ ଭାରପ୍ରାପ୍ତ ଫରେଷ୍ଟ ଗାର୍ଡ ଭାବନୀ ଶଙ୍କର ପରିଚ୍ଛା ଓ ନିଆଁ ଲିଭା ଟିମ ର ଅରଖିତ ମାଝୀ, ବିରେନ୍ଦ୍ର ଗଉଡ଼, ଚକ୍ରଧର ସାହୁ ଏବଂ ଭାବନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ମିଲନ କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ କରିଥିଲେ । ପରିଶେଷରେ ନିଆଁକୁ କାବୁକରାଯାଇ ଜଙ୍ଗଲକୁ ରକ୍ଷା କରିବାରେ ସଫଳ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.