କଳାହାଣ୍ଡି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ବେହେରା ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଆଜି ଧର୍ମଗଡ଼ ବ୍ଲକ ବେହେରା ଗସ୍ତରେ ଆସି ପ୍ରଥମେ ନିର୍ମାଣଧୀନ ଫାଇବ୍-ଟି ଦନ୍ତେଶ୍ବରୀ ସ୍ମାର୍ଟ ସ୍କୁଲ ପରିଦର୍ଶନରେ ଯାଇ ନିର୍ମାଣ କାମ ଖୁବଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ବିଦ୍ୟାଳୟର ଶିକ୍ଷକ ମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।


ପରେ ଅଧ୍ୟକ୍ଷ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ବିଭିନ୍ନ ସମସ୍ୟା ଯଥା ବେହେରା ଶିଶୁ ମନ୍ଦିର ଉନ୍ନତି କରଣ, ବେହେରା ଠାରେ ପୋଲିସ ଫାଣ୍ଡି ସ୍ଥାପନ, ଡ୍ରେନ ସମସ୍ୟାର ସମାଧାନ, ବେହେରା ମିନିଷ୍ଟାଡିୟମର ଉନ୍ନତିକରଣ, ନୂତନ ଷ୍ଟ୍ରିଟ୍ ଲାଇଟ ସଂଯୋଗୀକରଣ, ବେହେରାଠାରେ ଏକ ଆଞ୍ଚଳିକ ସ୍ବାସ୍ଥ୍ଯ କେନ୍ଦ୍ର ସ୍ଥାପନ ବିଷୟରେ ଆଲୋଚନା କରିବା ସହ ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।


ପୂର୍ବତନ ବ୍ଳକ ଅଧ୍ୟକ୍ଷ ବଳରାମ ପୁଝାରି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ବେହେରା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ ଅଟକି ରହିଥିବା ପୁରୁଣା କାମକୁ ଖୁବଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ଗସ୍ତ ସମୟରେ ଧର୍ମଗଡ ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ଯୁବ ସଂଗଠକ ଭବେଶ ଗଇନ୍ତା, ମଣ୍ଟୁ ଅଗ୍ରଓ୍ୱାଲ, ପ୍ରଶାନ୍ତ ତିଓ୍ୱାରୀ, ଗୌର ବାଗ, ଟଙ୍କଧର ନାଗ ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.