ସ୍ୱଛତା ପଖୱାଡା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋରାପୁଟ: ଗାଁ ଗାଁକୁ ପରିମଳ କରିବାକୁ ସ୍ୱଛତା ପଖୱାଡା ସଚେତନତା କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଉଅଛି । ତେବେ ଏହି କ୍ରମରେ ଆଜି କୋରାପୁଟ ଜିଲ୍ଲାର ଗାନ୍ଧିନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାର ଇନ୍ଦିରା କଲୋନୀ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଏବଂ ପି.ଏଚ୍.ଡି କଲୋନୀ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଗାଁ ଗାଁର ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଏବଂ ନିର୍ମଳ ରଖିବା ସକାଶେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ରେଣୁକା ଦାଶଙ୍କ, ସ୍ୱାସ୍ଥ୍ୟ ପରାମର୍ଶଦାତା ପଦ୍ମା ମୁଦୁଲିଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମୀ ଯୋଗ ଦେଇଥିଲେ । ତେବେ ଏହି କ୍ରମରେ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସୁସ୍ଥ ଏବଂ ନିରୋଗ ରହିବାକୁ ସଚେତନ କରିବା ସହ ପରିବେଶ କିପରି ସଫା ସୁତୁରା ରଖିବେ ଏବଂ ସ୍ୱଛତା ନିୟମ ପାଳନ କରିବେ ଏ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମୀ ପରାମର୍ଶ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.